Friday, March 29, 2024

Top 5 This Week

Related Posts

୩ ଘଣ୍ଟାର ଅପରେସନ ପରେ କୁଅରୁ ଉଦ୍ଧାର ହେଲା ଭାଲୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୮/୦୬) : କୁଅରେ ପଡିଲା ଜଙ୍ଗଲୀ ଭାଲୁ । ୩ ଘଣ୍ଟାର ଅପରେସନ ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ପଞ୍ଚାୟତ ଅନ୍ତର୍ଗତ ବେଲପଦର୍ ଗ୍ରାମର କୃଷ୍ଣ ମହାକୁଡଙ୍କ ବାଡ଼ିପଟେ ଥିବା ଏକ ଖୋଲା କୂଅରେ ଜଙ୍ଗଲୀ ଭାଲୁ ପଡିଥିବା ଥିବା ଜଣାପଡିଛି । ତେବେ ଆମ୍ବ ଗଛରୁ ଆମ୍ବ ଖାଇବା ପାଇଁ ଗତକାଲି ରାତିରେ ଆସି ପାଖରେ ଥିବା ଏକ କୁଅରେ ପଡିଯାଇଥିଲା ଭାଲୁ । ସକାଳୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ପୁରୁଣାକଟକ ରେଞ୍ଜର ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ କୂଅରୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ବି ଫେଲ ହୋଇଥିଲେ । ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ୩ ଘଣ୍ଟାର ଅପରେସନ ପରେ ଭାଲୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି । ଉଦ୍ଧାର ଭାଲୁକୁ ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ଭାଲୁଟିକୁ ସ୍ଥାନୀୟ ଜଙ୍ଗଲରେ ଛଡାଯାଇଥିବା ପୁରୁଣାକଟକ ରେଞ୍ଜର ନିହାର ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି ।

Popular Articles