ପ୍ରାଣୀ ସଂପଦ କେନ୍ଦ୍ର ରେ ପ୍ରାଣୀଧନ ନିରିକ୍ଷକଙ୍କ ଅବହେଳା ଅଭିଯୋଗ : ଚାଷୀ ନାନା ଅସୁବିଧାର ସମ୍ମୁଖୀନ

0
177

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୯/୦୮) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ହାଡ଼ୁଭାଙ୍ଗି ପଞ୍ଚାୟତ ରେ ଥିବା ପ୍ରାଣୀ ସଂପଦ କେନ୍ଦ୍ର ରେ ପ୍ରାଣୀଧନ ନିରିକ୍ଷକ ଙ୍କ ଅବହେଳା ଯୋଗୁଁ ବହୁ ଚାଷୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି | ପ୍ରାଣୀଧନ ନିରୀକ୍ଷକ ଏମ .ସୁନିତା ଗତ ୩ ମାସ ହେଲା ନୂତନ ଭାବେ ଆସିଥିବା ବେଳେ, କେବେବି ଅଫିସ ଆସୁନଥିବା ନେଇ ଅଭିଯୋଗ ହୋଇଛି ।

ଅବହେଳା ଯୋଗୁଁ ହାଡ଼ୁଭାଙ୍ଗି ର ପ୍ରାଣୀ ସଂପଦ କେନ୍ଦ୍ର ରେ ପଶୁ ପାଳକ ଚାଷୀମାନେ ଗାଈଗୋରୁଙ୍କ ଚିକିତ୍ସା ପାଇଁ ଥିବା ସରକାରୀ ସୁବିଧାରୁ ବଞ୍ଚିତ ହେଇଛନ୍ତି | ଏନେଇ ଚାଷୀମାନେ କହିଛନ୍ତି ଯେ, ପ୍ରାଣୀଧନ ନିରିକ୍ଷୀକ ବହୁ ସମୟରେ ଛୁଟିରେ ଥିବା ଯୋଗୁ ଅନେକ ଥର ପଶୁପାଳନ କରିଥିବା ଲୋକମାନେ ପ୍ରାଣୀ ସଂପଦ କେନ୍ଦ୍ର କୁ ଯାଇ ଫେରୁଥିବା କହିଛନ୍ତି |

ଗତ ୩ ମାସ ହେବ ଏହି ପ୍ରକାର ଅସୁବିଧାର ସମୁଖୀନ ହେଉଥିବା କହିଛନ୍ତି | ଏଠାରେ ପ୍ରାଣୀଧନ ନିରିକ୍ଷକ ବଦଳରେ ପିଅନଙ୍କ ଦ୍ୱାରା ଅଫିସ ଚାଲିଥିବା ଦେଖିବାକୁ ମିଳିଛି | ଗତ କିଛିଦିନ ହେଲା ସୀତାପୁର ପଞ୍ଚାୟତର ପ୍ରାଣୀଧନ ନିରିକ୍ଷକ ଗୋବିନ୍ଦ ପ୍ରଧାନ ଆସି ଏଠାରେ ପଶୁଙ୍କ ଚିକିତ୍ସା କରୁଥିବା ବେଳେ, ଦୁଇଟି ପଞ୍ଚାୟତର ଅଫିସକୁ କାର୍ଯ୍ୟଋତ କରିବା ଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସୀତାପୁର ପ୍ରାଣୀଧନ ନିରୀକ୍ଷକ ପ୍ରଧାନ କହିଛନ୍ତି | ଏମ.ସୁନୀତା ଙ୍କ ବଦଳି ପାଇଁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି ।

ଏନେଇ କାଶୀନଗର ବ୍ଲକ ପଶୁ ଚିକିତ୍ସାଳୟ ଅଧିକାରୀ ବାଣୀକାନ୍ତ ଖଟୁଆ କହିଛନ୍ତି ଗତ ୧୪ ତାରିଖ ରେ ଏମ.ସୁନିତା ଛୁଟି ନେଇଥିଲେ ୨୨ ତାରିଖ ପର୍ଯ୍ୟନ୍ତ ହେଲେ ଆଜି ପର୍ଯ୍ୟନ୍ତ ଆସିନଥିବା କହିଛନ୍ତି | ଏ ନେଇ ଉପର ଅଧିକାରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି |