Thursday, March 28, 2024

Top 5 This Week

Related Posts

ଲୁହା ଚୋରା ଚାଲାଣ ବେଳେ ପିକଫ ଭେନ ଭାଙ୍ଗିଲା ,୩ ଦିନ ପରେ ଉକ୍ତ ଲୁହା ଚୋରୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୬/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଲୁହା ଚୋରା ଚାଲାଣ ହେଉଥିବା ବେଳେ ନାଗାବଳୀ ପୋଲ ନିକଟରେ ପିକଅପ ଭେନ ର ପଛ ଚକା ଭାଙ୍ଗି ଯିବା ବେଳେ ଗାଡି ଚାଳକ ଗାଡି ଛାଡି ଚମ୍ପଟ ହୋଇଥିଲେ ।WhatsApp Image 2023 06 26 at 18.05.39 ଲୁହା ଚୋରା ଚାଲାଣ ବେଳେ ପିକଫ ଭେନ ଭାଙ୍ଗିଲା ,୩ ଦିନ ପରେ ଉକ୍ତ ଲୁହା ଚୋରୀ

ଲୁହା ଚୋରା ଚାଲାଣ ବେଳେ ପିକଅପ ଭେନ ଭାଙ୍ଗିଲା । ୩ ଦିନ ପରେ ଉକ୍ତ ଭଙ୍ଗା ଗାଡ଼ିରୁ ଲୁହା ଚୋରି ହୋଇଥିବା ଜଣାପଡ଼ିଛି । ୩ଦିନ ପର୍ଯ୍ୟନ୍ତ ରାସ୍ତା ମଝିରେ ଲୁହାଲୋଡ଼ ସହ ଗାଡି ରହିଥିଲା । ଏହି ଗାଡି ଭାଙ୍ଗି ରାସ୍ତାରେ ରହିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଇଥିଲେ ମଧ୍ୟ ପୁଲିସ ପ୍ରଶାସନ ଦୃଷ୍ଟି ଦେଇନଥିଲେ । ଯାହା ଫଳରେ ଚୋରରେ ଯାଉଥିବା ଲୁହାଗାଡି ରୁ ବର୍ତ୍ତମାନ ଲୁହା ଚୋରି ହୋଇଯାଇଛି । ପୁଲିସ ଜାଣି ଶୁଣି ଚର ମାନଙ୍କୁ ଲୁହା ଫେରାଇ ଦେଇଥିବା ସାଧାରଣ ରେ ଚର୍ଚ୍ଚା ହେଉଛି । ଧାମୁଣି ପଙ୍ଗା ପଞ୍ଚାୟତ ର ଗୁଣ୍ଡୁରୀଗୁଡା ରେ ଆରଡ଼ି ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ୱେଲି ବ୍ରିଜ ୨୦୧୭ ମସିହାରେ ନାଗାବଳୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଭାଙ୍ଗି ଯାଇଥିଲା ।

ଏହାର ସୁଯୋଗ ନେଇ ଲୁହା ଚୋର ବ୍ୟବସାୟୀ ମାନେ ବିଭିନ୍ନ ସମୟରେ ରାତ୍ରୀ କାଳୀନ ପିକଅପ ଭ୍ୟାନ ଓଆର ୧୮ ଏ ୪୯୩୨ ନମ୍ବର ଗାଡ଼ିରେ ନିଆଯାଉଥିଲା । ଉକ୍ତ ଗାଡିଟି ଡି .ଧର୍ମ କୁମାର ଙ୍କ ବୋଲି ଜଣାପଡିଛି । ବର୍ତ୍ତମାନ ଗାଡିଟି ରାସ୍ତା ଉପରେ ଭାଙ୍ଗି ପଡି ରହିଥିବା ଗାଡି ରେ ଥିବା ଲୁହାଗାଏବ ହୋଇଛି । ଏ ସମ୍ପର୍କରେ ଥାନା ଅଧିକାରୀଣି ସୁମନ୍ତି ମହାନ୍ତି ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ ହୋଇପାରିନି । ଏହି ପରି ଦୀର୍ଘ ୫ ବର୍ଷ ହେବ ଗୁଣ୍ଡୁରୀଗୁଡା, ପାଳଖମାଣ, ପାଦୁଲୁଗୁଡା, ଖମାରୀଭଟା, ବିନିସିପୁର ରେ ହୋଇଥିବା ୱେଲି ବ୍ରିଜ ନାଗାବଳୀ ନଦୀରେ ଭାସି ଯାଇଥିଲା । ସରକାର ଏହାର କୌଣସି ପଦକ୍ଷେପ ନେଇନଥିବା ଯୋଗୁଁ ଚୋର ମାନେ ତାହାକୁ ନେଇ ୟାଇଥିବା ଜଣାପଡିଛି ।

Popular Articles