Advertisements
Thursday, July 9, 2020
Home Business & Private ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //
ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ୩୦ ୟୁନିଟ ରକ୍ତ ସଂଗ୍ରହ ପ୍ରତି ସଂସ୍ଥାନ କରିପାରିବେ ବୋଲି ସରକାରୀ ନିୟମ ମଧ୍ୟ ରହିଛି l

ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ସେବକ ସଙ୍ଘ, ମା ଶିଖରଚଣ୍ଡୀ ଯୁବକ ସଂଘ, ତଥା କମିଶନରେଟ ଅଫ ପୋଲିସର ମିଳିତ ପ୍ରୟାସରେ ପଥରଗାଡ଼ିଆ ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଅଛି l ଏଥିରେ ବହୁ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଇଅଚ୍ଛି l ଲକ ଡାଉନ ସମୟରେ ରକ୍ତର ଘୋର ସମସ୍ୟାକୁ ସମାଧାନ କରିବାକୁ ଯାଇ ଏସିପି ଲଳିତେନ୍ଦୁ ମହାନ୍ତି ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ମାନ ଆୟୋଜନ କରି ଏହି ଅଭାବକୁ ବହୁଳ ମାତ୍ରାରେ ପୂରଣ କରିଥିବାରୁ ତାଙ୍କୁ “କରୋନା ଯୋଦ୍ଧା” ଭାବରେ ସମ୍ମାନୀତ କରାଯାଇଥିଲା l କଳିଙ୍ଗ ଟିଭିର ସାମ୍ବାଦିକ ଦୀପକ ମହାନ୍ତି, ନିୟୁଜ ୭ର ସାମ୍ବାଦିକ କିଶୋର ସାହୁ, ପ୍ରମେୟର ସାମ୍ବାଦିକ ସତ୍ୟଜିତ ରାଉତ ଏବଂ ସ୍ଥାନୀୟ ୧୫ଜଣ ଯୁବକଙ୍କୁ ମଧ୍ୟ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା l

ଏହି ଅବସରରେ ଭୁବନେଶ୍ୱର ରେଡ଼ କ୍ରସର ମୁଖ୍ୟ ସଂଯୋଜକ ଦିଲ୍ଲୀପ ଦାସବର୍ମା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଡାକ୍ତର ବେହେରା, ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ, ବିଜୁ ଜନତା ଦଳର ମୁଖପାତ୍ର ସୁଲତା ଦେଓ, ହେଲ୍ପ ଏନଜିଓର ମନସ୍ମିତା ଜେନା, ଗିରିଧାରୀ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଓଡିଶା ସେବକ ସଂଘ ତରଫରୁ ସଭାପତି ଅଶୋକ ମିଶ୍ର, ସମ୍ପାଦକ ଜିତେନ୍ଦୁ ନନ୍ଦ, କୋଷାଧକ୍ଷ ଦିଲ୍ଲୀପ ଧୀର, ସଭ୍ୟ ରାହୁଲ ବଳିୟାରସିଂହ, ଏବଂ ମା ଶିଖରଚଣ୍ଡୀ ଯୁବକ ସଂଘର ସଭ୍ୟ ଜଗବନ୍ଧୁ ବେହେରା ଏବଂ କୃଷ୍ଣ ବେହେରା ପ୍ରମୁଖ କାଯ୍ୟକ୍ରମକୁ ସୁପରିଚାଳିତ କରିଥିଲେ l ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ, କଟକର ଅଧିକାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ l

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: