Friday, March 29, 2024

Top 5 This Week

Related Posts

ବିନିକା ଏନଏସି ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୦୬) : ବିନିକା ଏନଏସି ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦWhatsApp Image 2023 06 27 at 09.56.44 1 ବିନିକା ଏନଏସି ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ

ସୁବର୍ଣ୍ଣପୁର ଜିଲ୍ଲା ବିନିକାସହରର ପୁରୁଣା ବସଷ୍ଟାଣ୍ଡ ଠାରୁ ନିର୍ମାଣାଧୀନ ନୂଆଁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବାମ ପଟ ସରକାରୀ ଜମିକୁ ଜବରଦଖଲ କରି ଦୀର୍ଘ ବର୍ଷ ଧରି ଦୋକାନ ଘର ଦେଇ ବ୍ୟବସାୟ କରୁଥିବା ଓ କେତେକ ଲୋକ ଘର କରି ରହୁଥିବାରୁ ସେହି ପରିସରକୁ ଆଗାମୀ ଦିନରେ ଷ୍ଟଲ ନିର୍ମାଣ ସହ ସହର ସୋନ୍ଦର୍ଯ୍ୟ କରଣ ସକାଶେ ଆଜି ବିନିକା ଏନଏସି ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି । ଏନଏସି ର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମାଜିଷ୍ଟ୍ରେଟ ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ ସହ ସଶସ୍ତ୍ର ପୁଲିସ ବାହିନୀ, ଏନଏସିଷ୍ଟାଫ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଉକ୍ତ ସ୍ଥାନରେ ଥିବା ପ୍ରାୟ ୧୫ ଦୋକାନ ଘରକୁ ଜେସିବି ସହାୟତାରେ ଭଙ୍ଗା ଯାଇଥିଲା । ଲୋକଙ୍କ ସ୍ବାବଲମ୍ବୀ ପାଇଁ ଖୁବ ଶୀଘ୍ର ଏଠାରେ ଷ୍ଟଲ ନିର୍ମାଣ କାର୍ଯ୍ୟ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ତରଫରୁ କୁହାଯାଉଛି ।

Popular Articles