Advertisements
Thursday, July 9, 2020
Home Government News ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ ପ୍ରତ୍ସାହନ ରାଶିକୁ ମାନ୍ୟବର ଅନୁସୂଚିତ ଜାତି ଜନଜାତି ବିକାଶ ବିଭାଗ ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ପ୍ରଦାନ କରିଛନ୍ତି ।

ବିଭିନ୍ନ ସମୟରେ ବିବାହ କରିଥିବା ବରକନ୍ୟା ଯୋଡାକୁ ୫୦ହଜାର ଟଙ୍କା ରୁ ଆରମ୍ଭ କରି ୨୫୦ହାଜର ପର୍ଯ୍ୟନ୍ତ ପ୍ରତ୍ସାହନ । ଯେଉଁମାନେ ୨୨ଜୁଲାଇ ୨୦୧୭ ପୁର୍ବରୁ ଭଲପାଇ ବାହା ହେଇଛନ୍ତି ସେମାନେ୫୦ହଜାର ଟଙ୍କା, ଯେଉଁମାନେ ୨୨ଜୁଲାଇ ୨୦୧୭ପରେ ବିବାହ କରିଥିଲେ ସେମାନେ୧ଲକ୍ଷ ଟଙ୍କା ଓ ଯେଉଁମାନେ ୧୪ସେପ୍ଟେମ୍ବର ୨୦୧୭ ପରେ ବିବାହ କରିଥିଲେ ସେମାନେ ୨ଲକ୍ଷ୫୦ହଜାର ଟଙ୍କା ଲେଖାଏଁ ରାଶିକୁ ମାନ୍ୟବର ମନ୍ତ୍ରୀ ଆଜି ସ୍ଥାନୀୟ ସାର୍କିଟ ହାଉସ ଠାରେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଓ ଜିଲ୍ଲା ମଂଗଳ ଅଧିକାରୀ ଉପସ୍ଥିତ ଥିଲେ ।

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭକରି ଥିଲେ ତାହାକୁ କାର୍ଯ୍ୟ କରିବା ପାଇଁ ସରକାରଙ୍କ ତରଫରୁ ଏହି ରାଶି ପ୍ରଦାନ କରଗଲା ବୋଲି ମାନ୍ୟବର ମନ୍ତ୍ରୀ କହିଥଲେ।ଏହା ଦ୍ଵାରା ସମାଜରେ ଭେଦଭାବ ଦୁରହୋଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: