Advertisements
Tuesday, July 14, 2020
Home Farmer Issue ଦୁଇ ବର୍ଷ ହେଲାଣି ବିତୁଛି ଜିବନ ପାଇଖାନାରେ, ଲମତାପୁଟ

ଦୁଇ ବର୍ଷ ହେଲାଣି ବିତୁଛି ଜିବନ ପାଇଖାନାରେ, ଲମତାପୁଟ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ (ତା୨୯/୦୫): ଦୀର୍ଘ ଦୁଇ ଦୁଇ ବର୍ଷ ହେଲାଣି ଏକ ଭଙ୍ଗା ପାଇଖାନା ରେ ଜିବନ ବିତାଉଛନ୍ତି ମଧୁ ଗୁଞ୍ଜିଆ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବଡ଼ ପେଟା ଗ୍ରାମରେ। ନିଶଙ୍ଗ ଜିବନ। ପିଲା,ଛୁଆ, ସ୍ତ୍ରୀ କେହି ମଧ୍ୟ ନାହାନ୍ତି। ପରିବାର କହିଲେ ମଧୁ ଓ ତାଙ୍କ ଭାଉଜ ବତି। ମଧୁ ଙ୍କ ବୟସ ପଚାଶ ଛୁଇଁଲାଣି।

ମଧୁ ପୁର୍ବ ରୁ ଏକ ଝାଟି ମାଟି ଘର ଖଣ୍ଡେ ବାନ୍ଧି ରହୁଥିଲେ। କିନ୍ତୁ ଘର ଟି ସମ୍ପୂର୍ଣ ଭାଙ୍ଗି ଯିବାରୁ ଗାଁ ରେ ତିଆରି ସ୍ୱଚ୍ଛ ଭାରତ ଅଭିଯାନ ର ପାଇଖାନା ଘରେ ନିଜେ କିଛି ଖର୍ଚ୍ଚ କରି ଟାଇଲ ପକାଇ ଆଜକୁ ପ୍ରାୟ ଦୁଇ ବର୍ଷ ରୁ ଉର୍ଦ୍ଧ ହେଲାଣି ରହି ଆସୁଛନ୍ତି। ଭାଉଜ ବତି ଯାହା ଙ୍କ ବୟସ ସତୁରୀ ରୁ ଉର୍ଦ୍ଧ ହେଲାଣି ଆଖି କୁ ଆଖି ଦିଶୁନି ଚମ ଧୁଡୁ ଧୁଡୁ, ବୟସ ର ଅପରାହ୍ନ ସେ ହିଁ ରାନ୍ଧି ବାଡ଼ି ଦେଲେ ମୁଠାଏ ଖାଇ ରହୁଛନ୍ତି। ପ୍ରତିଦିନ କାହାଘରେ ମୂଲ ଲାଗିବାକୁ ପଡେ ତ କାହା ଘରେ ଗାଈ ଚରାଇବାକୁ ପଡି ଥାଏ। ଯିଏ ଯାହା ଦେଲେ ଘରେ ଚୁଲି ଜଳେ। ଭାଉଜ ଦିଅର ମୁଠାଏ ଖାଇ ରହୁଛନ୍ତି। ଦଶ ରୁ ପନ୍ଦର ଫୁଟ୍ ଲମ୍ବ ଓ ଓସାର ର ମଧୁ ଙ୍କ ରହିବା ସ୍ଥାନ। ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନାହିଁ କେଇ ଖଣ୍ଡ ସିମେଣ୍ଟ ଆଖରେ ଚାରି ଆଡେ଼ ଆବୃତ କରି ରଖିଛନ୍ତି ନିଜ ଘରକୁ ସମ୍ପତି କହିଲେ କେଇ ଖଣ୍ଡ ଚାଦର, ଟୱଲ୍ ଲୁଙ୍ଗି। ଏ ଥିଲା ମଧୁ ଙ୍କ ଜିବନ ବଞ୍ଚିବା ଶୈଳୀ । ଏନେଇ ଆମେ ମଧୁ ଙ୍କ ସହିତ କଥା ବାର୍ତ୍ତା କରିଥିଲୁ କିନ୍ତୁ ସେ ଆମକୁ ଦେଖି ଭୟାତୁର ଆଖି ରେ ବହୁ କଷ୍ଟରେ କହିଥିଲେ କି ମତେ ଘର ଆସିବ ନାହିଁ ଏଥି ପାଇଁ ଟଙ୍କା ଦରକାର ଟଙ୍କା ବାବୁ ମାନଙ୍କୁ ଟଙ୍କା ଦେଲେ ଘର ଦେବେ, ବୋଲି ମୁଁ ଜାଣିଛି ତେଣୁ ମୁଁ କାହାକୁ କହିନି। ତ ଏଠି ସାଧାରଣ ରେ ପ୍ରଶ୍ନ ଉଠେ କି ମଧୁ ଙ୍କ ଖବର କଣ ପ୍ରଶାସନ ପାଖରେ ପହଞ୍ଚି ପାରିନି ନା ଜନୁ ଶୁଣି ଅଣ ଦେଖା କରୁଚି ପ୍ରଶାସନ । ଦେଖି ବାକୁ ବାକି ରହିଲା ମଧୁ ଙ୍କ ପାଖେ କେବେ ପ୍ରଶାସନ ପହଞ୍ଚି ପାରୁଛି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: