Thursday, October 1, 2020
Home Corona UPDATE ଆଜି ରାଜ୍ୟରେ ୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରେ ୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର(ଓଡିଶା ନ୍ୟୁଜ୨୪) : ରାଜ୍ୟ ପାଇଁ ଆଜି ପୁଣି ଖୁସି ଖବର । ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୯୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରତ୍ୟେକ ଦିନ ଯେତିକି କରୋନା ପଜିଟିଭ ଚିହ୍ନଟ କରାଯାଉଛି ସେହି ହାରରେ ଆକ୍ରାନ୍ତ ସୁସ୍ଥ ହେବା ଘଟଣା ରାଜ୍ୟ ପାଇଁ ଖୁସି ଆଣି ଦେଇଛି । କେଉଁ ଜିଲ୍ଲାରେ କେତେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଆସନ୍ତୁ ଜାଣିବା । ଆଜି ଜଗତ୍‌ସିଂହପୁର ଜିଲ୍ଲାରୁ ସର୍ବାଧିକ ୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଯାଜପୁର ଜିଲ୍ଲାରୁ ୨୨ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ଗଂଜାମ ଜିଲ୍ଲାରୁ ୧୫ ଜଣ, କଟକ ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ୨-୨ ଜଣ ଓ ବାଲେଶ୍ୱର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟର ୨୯ଟି ଜିଲ୍ଲାରୁ ଏପର୍ୟ୍ୟନ୍ତ ୧୭୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା କରୋନା ମୁକ୍ତ ହୋଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମୁକାବିଲା ଆଧାରରେ ମାସ ମାସ ଧରି ଲକ୍ ଡାଉନ ଓ ସଟ୍ ଡାଉନ ଘୋଷଣା ଯୋଗୁଁ ଲୋକଙ୍କ ଆର୍ଥିକ ତଥା ସାମାଜିକ...

ଭେଉଁରିଆ ଗ୍ରାମର ଚାଷୀଙ୍କ ଦ୍ୱାରା ଫସଲ ନଷ୍ଟ ପାଇଁ ଲିଖିତ ଅଭିଯୋଗ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଲ ହେଲାପରେ ଚାଷୀମାନେ ବହୁ...

ଜୀବନୀଜିବିକାକୁ ସୁଦୃଢ଼ କରିବା ଲାଗି “ଉନ୍ନତ” କାର୍ଯ୍ୟକ୍ରମର ଶୁଭାରମ୍ଭ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡ/କାଶିପୁର (୨୯/୦୯): ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ସ୍ୱରୂପ ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆରଏଲ୍‌ଏଫ୍‌)...

ଲାଞ୍ଚ ନେବା ମହଙ୍ଗା ପଡିଲା : ଧରାପଡିଲେ କିରାଣୀ ପ୍ରକାଶ ସାହୁ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡା (୨୯/୦୯): ଭିଜିଲାନ୍ସ ଜାଲରେ ଫସିଲେ କିରାଣି ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ...

Recent Comments

%d bloggers like this: