ସ୍କୁଲ ଖୋଲିବା ଦିନଠୁ ୪ ଦିନ ହେଲା ମୁଢି ଖାଉଛନ୍ତି ଛାତ୍ରଛାତ୍ରୀ

0
72
ସ୍କୁଲ ଖୋଲିବା ଦିନଠୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୨୫/୦୬) : ସ୍କୁଲ ଖୋଲିବା ଦିନଠୁ ୪ ଦିନ ହେଲା ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମୁଢ଼ି ଖାଇବାକୁ ଦେଉଛନ୍ତି ଶିକ୍ଷକ । ପଚାରିଲେ କହୁଛନ୍ତି ଏଥର ମୁଢ଼ି ଦେଉଛନ୍ତି ସରକାର ।

ସ୍କୁଲ ଖୋଲିବା ଦିନଠୁ ୪ ଦିନ ହେଲା ମୁଢି ଖାଉଛନ୍ତି ଛାତ୍ରଛାତ୍ରୀ । ଶିକ୍ଷକଙ୍କ ଏଭଳି ମନମୁଖୀ କାର୍ଯ୍ୟ ସାଙ୍ଗକୁ ଖାମଖିଆଲି ଉତ୍ତର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଅଭିଭାବକଙ୍କୁ ସନ୍ଦେହରେ ପକାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେତନଟୀ ବ୍ଲକ୍ ଆଗରିଆ ଅଞ୍ଚଳରେ ଥିବା ବ୍ରହ୍ମପୁର 5T ଅନ୍ତର୍ଭୁକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ଗତ ୨୧ ତାରିଖରୁ ଖୋଲାଯାଇଛି । ତେଣୁ ସ୍କୁଲ ଖୋଲିବା ମାତ୍ରେ ସ୍କୁଲ ମାନଙ୍କରେ ସମସ୍ତ କାର୍ଯ୍ୟ ସଠିକ ଭାବରେ ତୁଲାଇବା ସ୍କୁଲର ପ୍ରଧାନ ଶିକ୍ଷକ ଓ ବିଭିନ୍ନ ଦାୟିତ୍ୱରେ ଥିବା ଶିକ୍ଷକମାନେ ତାଙ୍କର ଦାୟିତ୍ୱ ସମ୍ପନ୍ନ କରିବା ସେମାନଙ୍କର କର୍ତ୍ତବ୍ୟ । ହେଲେ ଏଠାରେ କିଛି ଦାୟିତ୍ୱହୀନ ଶିକ୍ଷକ ସରକାରୀ ଚାକିରୀକୁ ଅବମାନନା କରିବା ସହ ଏହାକୁ ନିଜର ପୈତୃକ ସମ୍ପତି ଭାବି ଛତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସହ ଖେଳ ଖେଳୁଛନ୍ତି ।

ଆଉ ସରକାରଙ୍କ ନାଁ ନେଇ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ମଧ୍ୟ ଛାଡୁନାହାନ୍ତି । ଅଭିଭାବକମାନେ ଅଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଫୋନ କରି ଏବିଷୟରେ ପଚାରିବାରୁ ଶିକ୍ଷକ ଜଣକ ସରକାର ଏବେ ପିଲାଙ୍କୁ ମୁଢ଼ି ଖାଇବାକୁ ଦେଉଛନ୍ତି ବୋଲି କହି ଏବେ ଅଡୁଆରେ ପଡିଛନ୍ତି । ତେବେ ସ୍କୁଲ ଖୋଲିବା ଦିନଠାରୁ ଆଜିକୁ ୪ ଦିନ ହେଲା ଏଠାରେ ଛାତ୍ରଛାତ୍ରୀଙ୍କୁ ମୁଢ଼ି ଖାଇବାକୁ ଦିଆଯାଉଛି । ଆଜି ଚାଉଳ ଥାଇ ମଧ୍ୟ ମୁଢ଼ି କହିଛନ୍ତି ଛତ୍ରଛାତ୍ରୀ । ତେବେ କାହାର ଇଙ୍ଗିତରେ ଏକ 5T ସ୍କୁଲରେ ମନମୁଖୀ ଶାସନ ଚଳାଇଛନ୍ତି ଶିକ୍ଷକ ତାହା ଏବେ ତଦନ୍ତ ସାପେକ୍ଷ ।