Thursday, March 28, 2024

Top 5 This Week

Related Posts

ଛାଡ଼ପତ୍ର ପାଇଁ ଉସକାଉଥିବା ଶାଶୁଙ୍କୁ ନିର୍ମମ ଭାବେ ହତ୍ୟା କଲେ ଜ୍ୱାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୬) : ଫ୍ଲାଏଓଭର ଉପରେ ଶାଶୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହାଣି ହତ୍ୟା କରିଛି ଜ୍ୱାଇଁ । ଶାଶୁ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ପାଇଁ ବାରମ୍ବାର ଉସାଇକାଇ ଚାଲିଥିଲେ । ଏଥିରେ ରାଗି ଯାଇ ଜ୍ୱାଇଁ ଜଣଙ୍କ ତାଙ୍କୁ ଶାଶୁଙ୍କୁ ବିଚ୍‌ ରାସ୍ତାରେ ହତ୍ୟା କରିଛନ୍ତି ।

ପୁଲିସ୍‌ କହିଛି ଯେ ଶନିବାର ରାତି ପ୍ରାୟ ୯ଟା ବେଳେ ବିଜୟୱାଡାର ସି ଭେଙ୍କଟ ରାଓ ଫ୍ଲାଏ ଓଭର ଉପରେ ପୂରା ଘଟଣା ଘଟିଛି । ୩୭ ବର୍ଷୀୟ ରାଜେଶ ତାଙ୍କ ଶାଶୁ ୪୭ ବର୍ଷୀୟ ନାଗମଣିଙ୍କୁ ହତ୍ୟା କରିଛନ୍ତି । ନାଗମଣିଙ୍କ ଝିଅଙ୍କୁ ରାଜେଶ ବିବାହ କରିଥିଲେ । ହେଲେ ନାଗମଣି କିଛି ଦିନ ହେବ ରାଜେଶଙ୍କୁ ତୁରନ୍ତ ଛାଡ଼ପତ୍ର ଦେବାକୁ ତାଙ୍କ ଝିଅଙ୍କୁ ଉସକାଇବାରେ ଲାଗିଥିଲେ । ପତ୍ନୀ ମଧ୍ୟ ଏଥିପାଇଁ ରାଜେଶଙ୍କ ଠାରୁ ଅଲଗା ରହୁଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାଜେଶ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ । ତେଣୁ ସେ ଶନିବାର ରାତିରେ ଗୋଟିଏ ଧାରୁଆ ଅସ୍ତ୍ର ଦ୍ୱାରା ନାଗମଣିଙ୍କୁ ହାଣି ଦେଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ପୁଲିସ କହିଛି । ପୁଲିସ୍‌ ରାଜେଶଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରିଛି । ତେବେ ତାଙ୍କୁ ଧରିବାକୁ ସକ୍ଷମ ହୋଇନି ।

Popular Articles