Friday, March 29, 2024

Top 5 This Week

Related Posts

ପୋଲ ତଳୁ ବସ୍ତା ଭିତରୁ ଉଦ୍ଧାର ହେଲା ଶିଶୁପୁତ୍ର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୫/୦୬) : ଅଲୋଡା ହେଲା ଶିଶୁପୁତ୍ର । ପୋଲ ତଳୁ ବସ୍ତା ଭିତରୁ ଉଦ୍ଧାର ହେଲା ଶିଶୁପୁତ୍ର

କୁଚିଣ୍ଡା ବ୍ଲକ ଅଡାବାହାଲ ଗ୍ରାମ ପଞ୍ଚାୟତର ବାଦିମାଲ ଓ ଡିପୁପଡା ମଧ୍ୟରେ ଥିବା ପୋଲ ତଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବାଦିମାଲ ଗ୍ରାମର ଜଣେ ବ୍ୟକ୍ତି ସାଇକଲରେ ଘରକୁ ଫେରୁଥିବା ବେଳେ ପୋଲ ତଳେ ଏକ ଶିଶୁ କାନ୍ଦୁଥିବା ଶୁଣିବାକୁ ପାଇଥିଲେ ।ତଳକୁ ଗଲାବେଳେ ଅଖା ବସ୍ତା ଭିତରେ ଏକ ନବଜାତ ଶିଶୁ ପୁତ୍ରକୁ ରଖା ଯାଇଥିବା ଦେଖିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ଗ୍ରାମର କିଛି ମହିଳା ଶିଶୁକୁ ଉଦ୍ଧାର କରି ସାଙ୍ଗେ ସାଙ୍ଗେ କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିଲେ । କେହି ଜନ୍ମ ପରେ ପ୍ରାଥମିକ ସେବା ଯତ୍ନ କିଛି ନକରି ତାକୁ ସେହିପରି ଭାବରେ ତଳେ ପକାଇ ଦିଆ ଯାଇଥିବା ଯୋଗୁଁ ଶିଶୁର ଦେହରେ ପିମ୍ପୁଡ଼ି ଲାଗି ଯାଇଥିବା ଦେଖିବାକୁ ମିଳିଛି । ପରେ କୁଚିଣ୍ଡା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଠିକ ଥିବା ଜଣାପଡିଛି ।

Popular Articles