ଶାଶୁକୁ ବଞ୍ଚାଇବାକୁ ଯାଇ ବୋହୂର ମଧ୍ୟ ମୃତ୍ୟୁ

0
76
ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୫/୦୬) : ବିଦ୍ୟୁତ ଆଘାତରେ ଶାଶୁ ବୋହୁଙ୍କ ମୃତ୍ୟୁ । ଶାଶୁଙ୍କୁ ବିଦ୍ୟୁତ କରେଣ୍ଟରୁ ବଂଚାଇବା ଯାଇ ବୋହୁର ମୃତ୍ୟୁ ହୋଇଛି ।

ସମ୍ବଲପୁର ଦାବତଏଲା ଗାଁ’ରେ ଏଭଳି ଘଟଣା ସାମ୍ନାକୁ ଆସିଛି ‌। ମୃତ ମହିଳା ଶାଶୁ ସତ ମିଦ୍ଧା ଓ ବୋହୂ ପଦ୍ମୀନି ମିଦ୍ଧା । ଗତକାଲି ଠୁ ଗାଁରେ ବିଜୁଳି ନଥିବାରୁ ବିଦ୍ୟୁତ ବଲବ୍ ହୋଲଡରରେ ଲଗାଇ ଶାଶୁ ଚେକ କରିବା ସମୟରେ ହଠାତ୍ ବିଜୁଳି ଆସିଥିଲା । ଶାଶୁକୁ କରେଣ୍ଟ ଲାଗିବାରୁ ବୋହୁ ବଂଚାଇବାକୁ ଯାଇ ତାକୁ ବି କରେଣ୍ଟ ଲାଗିଥିଲା । ଘଟଣା ସ୍ଥଳରେ ଉଭୟ ଶାଶୁ ଓ ବୋହୂଙ୍କ ମୃତ୍ୟୁ ହୋଇଛି । ତେବେ ଘଟଣା ଖବର ପାଇ ଜୁଜୁମୁରା ପୋଲିସ ପହଞ୍ଚି ଅଧିକ ଛାନଭିନ ଚଲାଇଛି ।