ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ବୌଦ୍ଧ ବଡଦାଣ୍ଡରେ ନୂଆ ଓ ପୁରୁଣା ବସ୍ତ୍ର ବିତରଣ

0
68
ସ୍ୱେଚ୍ଛାସେବୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୪/୦୬) : ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘’ଉତ୍ସର୍ଗ’’ ପକ୍ଷରୁ ବୌଦ୍ଧ ବଡଦାଣ୍ଡରେ ନୂଆ ଓ ପୁରୁଣା ବସ୍ତ୍ର ବିତରଣ କରାଯାଇଛି ।WhatsApp Image 2023 06 23 at 23.28.59 ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ବୌଦ୍ଧ ବଡଦାଣ୍ଡରେ ନୂଆ ଓ ପୁରୁଣା ବସ୍ତ୍ର ବିତରଣ

ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘’ଉତ୍ସର୍ଗ’’ ପକ୍ଷରୁ ବିଗତ ୫ ବର୍ଷ ହେଲା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ନୂଆ ଓ ପୁରୁଣା ବସ୍ତ୍ର ସଂଗ୍ରହ କରି ଦରକାର କରୁଥିବା ଲୋକଙ୍କ ମଧ୍ୟରେ ବିତରଣ କରାଯାଉଛି । ଇତି ମଧ୍ୟରେ ୫ ହଜାରରୁ ଉର୍ଦ୍ଧ ଲୋକଙ୍କୁ ସଂଗୃହିତ ହୋଇଥିବା ଏହି ନୂଆ ଓ ପୁରୁଣା ବସ୍ତ୍ର ଯୋଗାଇ ଦିଆଯାଇଛି । ‘’ଉତ୍ସର୍ଗ’’ର ଆବାହକ ସଂପଦ କୁମାର ଅଗ୍ରୱାଲାଙ୍କ ସହଯୋଗରେ ମିଥୁନ ସାହୁ, ଓମ୍‌କାର ପୁରୋହିତ, ଦିପକ ମହାରଣା, ମିଥୁନ ସାହୁଙ୍କ ସମତେ ଅନ୍ୟମାନେ ବସ୍ତ୍ର ବିତରଣ କାର୍ଯ୍ୟକ୍ରମରେ ନିଜର ସେବା ପ୍ରଦାନ କରିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘’ଉତ୍ସର୍ଗ’’ ପକ୍ଷରୁ ଅମୁଲ୍ୟ ଆହାର ଯୋଜନା ମାଧ୍ୟମରେ ପ୍ରତି ରବିବାର ସଂନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରୋଗୀଙ୍କ ନିକଟ ସଂପର୍କିୟ, ଗରିବ ଏବଂ ମାନସିକ ଭିନ୍ନକ୍ଷମମାନଙ୍କୁ ରାତ୍ରୀ ଭୋଜନ ବିତରଣ କରି ଅନ୍ନସେବା କରାଯାଉଅଛି ।