ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ “ତମାଖୁ ମୁକ୍ତ ଯୁବକ ଅଭିଯାନ”

0
79
ଚିକିତ୍ସା ଏବଂ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୩/୦୬) : ଆଜି ରାୟଗଡା ଜିଲ୍ଲା ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଙ୍କ ଉପସ୍ଥିତିରେ “ତମାଖୁ ମୁକ୍ତ ଯୁବକ ଅଭିଯାନ ” ର ଶୁଭାରମ୍ଭ ହୋଇଯାଇଛି ।WhatsApp Image 2023 06 23 at 19.27.02 ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ "ତମାଖୁ ମୁକ୍ତ ଯୁବକ ଅଭିଯାନ"

ଏହି ଅବସରରେ ଡା ଲାଲମୋହନ ରାଉତରୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡା ଭି ଏଲ ଏନ ରାଜୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର ମଙ୍ଗଳ) ଡା ଶ୍ରୀ ରୟ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସୁପରିଟେଡେଣ୍ଟ ଡା ବରଦାକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା ମମତା ଚୌଧୁରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜେଶ୍ୱର ରାଓ ପଟ୍ଟନାୟକ, ସହକାରୀ ପରିଚାଳକ (ଅଣ ସଂକ୍ରାମକ ରୋଗ ) ଶ୍ରୀମତୀ ସଂଯୁକ୍ତା ବାଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅଭିଯାନର ଶୁଭାରମ୍ଭ ଅବସରରେ, ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ତମାଖୁ ନିଷେଧ ଶପଥ ପାଠ କରାଇବା ସହିତ ସଭାରେ ଉପସ୍ଥିତ ଥିବା ମାନ୍ୟଗଣ ବ୍ୟକ୍ତିବିଶେଷ ମାନଙ୍କୁ ନିଜ ନିଜ କାର୍ଯ୍ୟକ୍ଷେତ୍ର ପରିସରରକୁ ତମାଖୁ ମୁକ୍ତ ପରିବେଶ କରିବାପାଇଁ କହିଥିଲେ ।

ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ପ୍ରିନସିପାଲ ମହୋଦୟଙ୍କୁ ନିଜ ନିଜ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ କୁ ତମାଖୁ ମୁକ୍ତ କରିବା ପାଇଁ ଆହ୍ୱାନ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ତମାଖୁ ସେବନ ଦ୍ୱାରା କର୍କଟ ଏବଂ ଫୁସଫୁସ ଜନିତ ରୋଗ ହୋଇଥାଏ । ଏହାର ବ୍ୟବହାର କରିବା ଦ୍ୱାରା ନିଜର ତଥା ନିଜ ପରିବାର ଏବଂ ସମାଜ ପାଇଁ ସମ୍ପୃକ୍ତ ରୋଗ ଏବଂ ମୃତ୍ୟୁ ମାଧ୍ୟମରେ ଏହା କ୍ଷତି ଆଣିଥାଏ । ଏହି ଅବସରରେ ଡା ଲାଲମୋହନ ରାଉତରୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ ଯେ ତମାଖୁ ନିବାରଣ କ୍ଷେତ୍ର ରେ ଆମ ଜିଲ୍ଲା ସବୁବେଳେ ପ୍ରାଥମିକତା ଦେଇଆସୁଛି । ଗତ ପାଞ୍ଚବର୍ଷ ରେ ଆମ ଜିଲ୍ଲା ରାଜ୍ୟରେ ତମାଖୁ ନିବାରଣ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସୁଛି । ଏହି ବର୍ଷ ରାଜ୍ୟସ୍ତରରେ ତମାଖୁ ନିବାରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା କୁ ବିଶ୍ୱ ତମାଖୁ ନିବାରଣ ଦିବସ ଦିନ ସମ୍ବୋଧିତ କରାଯାଇଥିଲା । ଏହି ସଫଳତା ପାଇଁ ଜିଲ୍ଲା ପୋଲିସ ବିଭାଗ, ଜିଲ୍ଲା ଅବକାରୀ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ ଓ ଜିଲ୍ଲା ଔଷଧ ନିରୀକ୍ଷଙ୍କ ସହଯୋଗରୁ ସମ୍ଭବ ହୋଇପାରିଛି ବୋଲି ଡା ଲାଲମୋହନ ରାଉତରୟ ମତପୋଷଣ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫ ରୁ ଗତ ମେ ମାସ ୩୧ ତାରିଖ ଦିନ ‘ତମାଖୁମୁକ୍ତ ଯୁବକ’ ବିଷୟବସ୍ତୁ ଉପରେ ୬୦ ଦିନିଆ ସର୍ବ ଭାରତୀୟ ତମାଖୁ ମୁକ୍ତ ଅଭିଯାନ ଆରମ୍ଭ କରିଛି ଯେଉଁଥିରେ ଯୁବକମାନଙ୍କ ମଧ୍ୟରେ ତମାଖୁ ସେବନକୁ ରୋକିବା ତଥା ତମାଖୁ ବ୍ୟବହାରକାରୀଙ୍କୁ ତମାଖୁ ତ୍ୟାଗ କରିବାରେ ସହାୟତା କରାଯିବ । ଏହି ଅଭିଯାନ ର ଅଂଶ ଭାବେ ଗତ ମେ ୩୧ ତାରିଖ ଦିନ ପାଳନ କରାଯାଇଥିବା ବିଶ୍ୱ ତମାଖୁ ବର୍ଜନ ଦିବସରେ ‘ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ’ ପରି ଅନେକ ପଦକ୍ଷେପ ମାନ ନିଆଯାଇଥିଲା ।