Friday, March 29, 2024

Top 5 This Week

Related Posts

ଶ୍ରୀ ଗୁଣ୍ଡିଚା ମନ୍ଦିର ରେ ଶୁଭୁନି ଭଜନ ଜଣାଣ କିମ୍ବା ନାମ ସଂକୀର୍ତ୍ତନ ର ଧ୍ଵନି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୪/୦୬) : ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପରେ ଚତୃଦ୍ଧା ମୂରତି ଆଡ଼ପ ମଣ୍ଡପରେ ବିଜେ କରି ସାରିଲେଣି । ପ୍ରଥମେ ମତ୍ସ୍ୟ ଅବତାର, କାତ୍ସ୍ୟପ ଏବଂ ବରାହ ଅବତାର ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୂ ଜଗନ୍ନାଥ ।

ଶନିବାର ଦିନ ପ୍ରଭୂ ଙ୍କ ନୃସିଂହ ଅବତାର ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ କରାଇବେ ପୂଜା ପଣ୍ଡା ମାନେ! ରାତି ମହାଲକ୍ଷ୍ମୀ ଆସି ରଥ ଭାଙ୍ଗିବା ନୀତି ରହିଛି । ରଥ ଦକ୍ଷିଣା ମୁହାଁ ହୋଇଯିବ । ଏ ନେଇ ଖୁବ୍ ତତ୍ପରତାର ସହ ସମସ୍ତ ନିତିକାନ୍ତି କରି ଆସୁଛନ୍ତି ପୂଜା ପଣ୍ଡା ମାନେ । କିନ୍ତୁ, ବର୍ତ୍ତମାନ୍ ୩ଦିନ ବିତି ଯାଇଥିଲେ ସୁଦ୍ଧା ମନ୍ଦୀର ପ୍ରାଙ୍ଗଣରେ ଲାଉଡ ସ୍ପିକର ମାଧ୍ୟମରେ ଜଗନ୍ନାଥଙ୍କ ଭଜନ ଜଣାଣ ଶୁଣିବାକୁ ମିଳୁନି । ପୂର୍ବଭଳି ଗହଳ ଚହଳ ଭଜନ, କୀର୍ତ୍ତନ କିମ୍ୱା ଭଜନ ସମାରୋହ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେଉ ନ ଥିବା ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ କିଛି ପ୍ରଶ୍ନ ଉଙ୍କି ମାରୁଛି ଯେ, କାହାରି ଚାପରେ ଏହିଭଳି କରାଯାଉଛି କିମ୍ୱା ସରକାରି ନିୟମ କିଛି ରହିଛି କି …? ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଏହି ନବଦିନ ବ୍ୟାପୀ ଲାଉଡ୍ ସ୍ପିକର୍ ଲଗାଇବା ନେଇ କିଛି କଟକଣା ରହିଛି କି ! କେଉଁ କାରଣରୁ ଏହିଭଳି କାର୍ଯ୍ୟକ୍ରମର ବ୍ୟବସ୍ଥା ବନ୍ଦ କରାଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି…..! ଆଉ କେଇଟା ଦିନ ପରେ ଜନ୍ମ ବେଦୀରୁ କର୍ମ ବେଦୀ କୁ ଫେରିଯିବେ ପ୍ରଭୂ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଚଳିତ ବର୍ଷ ପ୍ରଥମ ଥର ଏହିଭଳି ଖାଁ ଖାଁ ଲାଗୁଛି ଶ୍ରୀ ଗୁଣ୍ଡିଚା ମନ୍ଦିର ବୋଲି ଭକ୍ତ କୋହ ଭରା କଣ୍ଠରେ କହୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ହେଉଛି ।

Popular Articles