Friday, March 29, 2024

Top 5 This Week

Related Posts

ସୈତାନ ସିକ୍ୟୁରିଟି ଗାର୍ଡର ନାରକୀୟ କାଣ୍ଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ବର, (୨୩/୦୬) : ସୈତାନ ସିକ୍ୟୁରିଟି ଗାର୍ଡର ନାରକୀୟ କାଣ୍ଡ । ଏକତରଫା ପ୍ରେମରୁ ଯୁବତୀଙ୍କୁ ଛୁରି ଭୁଷିଲା ପ୍ରେମିକ

ନିଜ ଅଫିସର କର୍ମଚାରୀଙ୍କୁ ଭୁଷିଲା ଛୁରି । ମଞ୍ଚେଶ୍ବର ଥାନା ଜିଜିପି କଲୋନିରେ କାମ କରୁଥିଲେ ଯୁବତୀ । ମୃତ ଯୁବତୀ ଜଣକ ଜଗତସିଂହପୁରର ବିଜୟିନୀ ସାହୁ । କଟକ ବଡ଼ ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଯୁବତୀ କାମ କରୁଥିବା ଅଫିସରେ ହିଁ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା ହତ୍ୟାକାରୀ । ପ୍ରେମକୁ ପ୍ରତ୍ୟାଖ୍ୟାନ କରିବାରୁ ଚରମ ନିଷ୍ପତ୍ତି ନେଲା ସିକ୍ୟୁରିଟି ଗାର୍ଡ । ହତ୍ୟାକାରୀ ଫେରାର ଥିବାବେଳେ ମଞ୍ଚେଶ୍ବର ପୋଲିସର ଛାନଭିନ ଜାରି ରହିଛି ।

Popular Articles