Friday, August 14, 2020
Home Corona Lockdown ସ୍ଵତନ୍ତ୍ର ଶ୍ରମିକ ରେଳ ଯୋଗେ ତାମିଲନାଡୁର ତିରୁପୁରରୁ ଆସିଲେ ୮୫ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

ସ୍ଵତନ୍ତ୍ର ଶ୍ରମିକ ରେଳ ଯୋଗେ ତାମିଲନାଡୁର ତିରୁପୁରରୁ ଆସିଲେ ୮୫ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼। (୨୭/୦୫-୨୦୨୦): ପ୍ରବାସୀ ଓଡ଼ିଆ ଶ୍ରମିକ ତାମିଲନାଡ଼ୁରୁ ବିଭିନ୍ନ ସ୍ଥାନକୁ ଶ୍ରମିକ ଭାବରେ ରୋଜଗାର କରିବା ପାଇଁ ଆମ ରାଜ୍ୟର ଗଜପତି, ରାୟଗଡ଼ା,କୋରାପୁଟ, ଓ ମାଲକାନଗିରି ଜିଲ୍ଲାରୁ ତାମିଲନାଡୁ ଯାଇଥିଲେ |

ବିଶ୍ଵବ୍ୟାପୀ କରୋନା ମହାମାରୀ ଯୋଗୁଁ ତଲାବନ୍ଦୀ ହେବାଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ଫଳରେ ସ୍ଵତନ୍ତ୍ର ରେଳ ନମ୍ବର ୦୬୧୪୯ ଯୋଗେ କୟମ୍ବତୁରରୁ ଆଜି ପୂର୍ବାହ୍ନ ୧୦.୩୦ ଘଟିକାରେ ସେମାନେ ରାୟଗଡ଼ା ପହଞ୍ଚିଥିଲେ ।ଏହି ଟ୍ରେନରେ ଗଜପତିରୁ ୨୬ଜଣ, ରାୟଗଡ଼ାର ୪୭ଜଣ, କୋରପୁଟର ୫ଜଣ, ମାଲକାନଗିରି ଜିଲ୍ଲାର ୭ଜଣ ମିଶି ସର୍ବମୋଟ ୮୫ଜଣ ଶ୍ରମିକ ଆଜି ରାୟଗଡ଼ା ପହଞ୍ଚିଛନ୍ତି । ସେହି ଶ୍ରମିକମାନଙ୍କୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା,ଆରକ୍ଷୀ ଅଧ୍ୟକ୍ଷ ଡ଼ଃ ଶର୍ବଣ ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା,ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ବାଗତ କରିଥିଲେ। ପ୍ରବାସୀ ଶ୍ରମିକ ମାନଙ୍କୁ ରେଳ ଷ୍ଟେସନରେ ପଞ୍ଜିକରଣ କରିବା ସହିତ ସେମାନଙ୍କୁ ହାତରେ ମହର ମରାଯାଇ ଖାଦ୍ୟ ପୁଡ଼ିଆ ସହ ସଂପୃକ୍ତ ଜିଲା ଅଧିକାରୀ ମାନଙ୍କୁ ହସ୍ତାନ୍ତର କରିଥିଲେ ।

ସେହିପରି ରାୟଗଡ଼ା ଜିଲ୍ଲାର ରାୟଗଡ଼ା ବ୍ଳକ୍ରର ୬ଜଣ, ଗୁଣୁପୁର ବ୍ଲକର ୧ଜଣ ଏବଂ ବିଷମ କଟକ ବ୍ଳକର ୩ଜଣ, କୋଲନରା ର ୬ଜଣ, ପଦ୍ମପୁର ବ୍ଳକର ୬ଜଣ, ଗୁଡ଼ାରି ବ୍ଲକର ୩ଜଣ, ଚନ୍ଦ୍ରପୁର ବ୍ଲକ ର ୫ଜଣ, କାଶୀପୁର ବ୍ଲକର ୬ଜଣ, ଓ କଲ୍ୟାଣସିଙ୍ଗପୁରର ୭ଜଣ, ରାମନଗୁଡ଼ା ବ୍ଲକର ୪ଜଣ ସର୍ବମୋଟ ୪୬ଜଣ ଶ୍ରମିକଙ୍କୁ ସଂପ୍ରୁକ୍ତ ବିଡ଼ିଓ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରି ପ୍ରସ୍ତୁତ ରହି ପ୍ରବାସୀଙ୍କୁ ସୁରୁଖୁରୁ ଭାବରେ ନିଜ ନିଜ ଜିଲ୍ଲା ମାନଙ୍କୁ ବସ ଯୋଗେ ପଠାଇ ପାରିଛି ଜିଲ୍ଲା ପ୍ରଶାସନ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: