Friday, August 14, 2020
Home Death Case ରାୟଗଡ଼ା ଜିଲ୍ଲାର କାଶୀପୁରରେ ହୋଇଯାଇଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରାୟଗଡ଼ା ଜିଲ୍ଲାର କାଶୀପୁରରେ ହୋଇଯାଇଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୭/୦୫): ଗତ ୨୨/୦୫/୨୦୨୦ ତାରିଖରେ କାଶୀପୁର ଥାନା ଅନ୍ତର୍ଗତ କୁମ୍ଭାଖାଲ ଗ୍ରାମର ହସମଲ ମାଝୀଙ୍କ ପୁତ୍ର ଅନାସିଂ ମାଝୀ ( ବୟସ -23 ବର୍ଷ )ସନ୍ଧ୍ୟା ପ୍ରାୟ ୬:୩୦ସମୟରେ ନିଜ ପତ୍ନୀ ରୁପଦେଇ( ୨୧)ଙ୍କୁ ଗଳା ଚିପି ହତ୍ୟା କରିଥିବାର ପ୍ରମାଣିତ ହୋଇଛି |

୨୨-୦୫-୨୦୨୦ ତାରିଖ ସନ୍ଧ୍ୟା ସମୟରେ ପତି-ପତ୍ନୀ ଙ୍କ ମଧ୍ୟ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା |କଥା କଟାକଟି ବଢ଼ିଥିଲା ଏବଂ କ୍ରୋଧାନ୍ୱିତ ହୋଇ ଅନାସିଂ ରୁପଦେଇଙ୍କୁ ଛାତିରେ ପ୍ରହାର କରି ଗଳାଚିପି ଦେଇଥିଲେ | କାରଣ ବଶତଃ ଶ୍ୱାସରୁଦ୍ଧ ହୋଇ ରୁପଦେଇଙ୍କ ମୃତ୍ୟୁ ଘଟିଥିଲା | ପୁଣି ରୁପଦେଇ ଗଳାରେ ପିନ୍ଧିଥିବା ଖଗଲା କୁ ଜୋରକରି ଟାଣିନେଇଥିଲେ, ସେଥିପାଇଁ ତାଙ୍କ ମୃତ୍ୟୁ ଘଟିଥିବା କହିଥିଲେ ସୁଦ୍ଧା, ପୋଲିସ ଅନୁସନ୍ଧାନରୁ ସ୍ୱାମୀ ହିଁ ରୁପଦେଇଙ୍କ ହତ୍ୟାକାରୀ ବୋଲି ପ୍ରମାଣିତ ହୋଇଥିଲା |ପରେ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରା ଯାଇଥିଲା । କିନ୍ତୁ ଗିରଫ ପରେ ସନ୍ଦିଗ୍ଧ ସ୍ୱାମୀ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଥିଲେ | ନିଜ ସ୍ତ୍ରୀଙ୍କର ଅନ୍ୟଏକ ଅଜଣା ପୁରୁଷଙ୍କ ସହିତ ସମ୍ପର୍କ କୁ ନେଇ ସେ ଏହିଭଳି ଅମାନୁଷିକ କାର୍ଯ୍ୟ କରିଥିବା ସ୍ୱୀକାର କରିଥିଲେ | ଘଟଣା ସ୍ଥଳରୁ ପୋଲିସଙ୍କୁ ଏକ କଡା ଏକ ପ୍ଲାଷ୍ଟିକ ରଶି ଓ ମୃତା ରୁପଦେଇ ପିନ୍ଧିଥିବା ଗହଣା ଓ ବସ୍ତ୍ର ପୋଲିସ ଅଧୀନରେ ରଖାଯାଇଛି | କାଶୀପୁର ପୋଲିସ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କେସ ନମ୍ବର-୮୫ ତାରିଖ୨୩-୦୫-୨୦୨୦ U/S 302 ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରିଛି l ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: