ବଜ୍ରାଘାତରେ ୪ ଛେଳି ମୃତ, ଛେଳି ଚରାଳୀ ସମେତ ୨ ଗୁରୁତର

0
86
ବଜ୍ରାଘାତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୩/୦୬) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳ ରେ ବଜ୍ରାଘାତ ଘଟି ଜଳିଗଲା ଘର । ଏଥି ସହିତ ବଜ୍ରାଘାତରେ ୪ ଟି ଛେଳି ର ମୃତ୍ୟୁ ହୋଇଥିବା ବେଳେ ଛେଳି ଚରାଳୀଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି ।

ଗୁରୁତର ମାନେ କାମାକ୍ଷାନଗର ଥାନା ଖଟଖୁରା ଗାଁ’ର ବିଦ୍ୟାଧର ବେହେରା । ସେ ଖାଲତଇଳା ନିକଟ ରେ ଛେଳି ଚରାଉଥିବା ବେଳେ ବଜ୍ରାଘାତ ର ଶିକାର ହୋଇ ଥିଲେ । ତାଙ୍କର ୪ ଟି ଛେଳି ବଜ୍ରାଘାତରେ ମୃତ୍ୟୁ ବରଣ କରିଛନ୍ତି । ସେହିପରି ପଲ୍ଲୀସାଆନ୍ତାପୁର ଗାଁ’ର ଗୁରୁବାରୀ ନାୟକ ଗୁରୁତର ହୋଇଛନ୍ତି । ସେ ଘରେ ବସିଥିବା ବେଳେ ବଜ୍ରାଘାତ ହୋଇଥିଲା । ତାଙ୍କର ଚାଳ ଘରଟି ବଜ୍ରାଘାତ ରେ ପୋଡି ଯାଇଥିବା ବେଳେ ସେ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।