Friday, March 29, 2024

Top 5 This Week

Related Posts

ଯୌତୁକ ଦାବି ରେ ବଧୂହତ୍ୟା ଅଭିଯୋଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୨୨/୦୬) : ଇଟାମାଟି ଥାନା ଇଟାମାଟି ଗାଁ’ରେ ଯୌତୁକ ଦାବି ରେ ବଧୂହତ୍ୟା ଅଭିଯୋଗ । ପ୍ରତିବାଦରେ ନୟାଗଡ଼ ଇଟାମାଟି ଥାନା ଘେରାଉ କଲେ ଗ୍ରାମବାସୀ ଓ ପରିବାର ଲୋକେ ।

ଯୌତୁକ ଦାବି ରେ ବଧୂହତ୍ୟା ଅଭିଯୋଗ । ସୂଚନା ଅନୁସାରେ ଇଟାମାଟି ଗାଁ’ର ପଞ୍ଚୁ ପ୍ରଧାନଙ୍କ ଝିଅ ଫିନା ପ୍ରଧାନ ସେହି ଗ୍ରାମର ଧୋବା ପ୍ରଧାନଙ୍କ ପୁଅ ରକି ପ୍ରଧାନକୁ ବିବାହ କରିଥିଲେ । ତେବେ ଶଶୁର ଘର ଲୋକେ ଫିନାଙ୍କୁ ବାରମ୍ବାର ଯୌତୁକ ନିର୍ଯ୍ୟାତନା ଦେଇଆସୁଥିବା ବେଳ ଗତ ସୋମବାର ଦିନ ଫିନା ଙ୍କୁ ଶଶୁର ଘର ଲୋକେ ହତ୍ୟା ପରେ ପୋଡ଼ିଦେଇଥିବା ନେଇ ଫିନା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାରେ ପୋଲିସ କେବଳ ସ୍ୱାମୀଙ୍କୁ ଗିରଫ କରି ଶାଶୁଘର ଲୋକଙ୍କୁ ଛାଡ଼ିଦେବା ପ୍ରତିବାଦରେ ଇଟାମାଟି ଗ୍ରାମବାସୀ ଓ ଫିନାଙ୍କ ପରିବାର ଲୋକେ ଥାନା ଘେରାଉ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି, ଅନ୍ୟ ଅପରାଧୀଙ୍କୁ ତଦନ୍ତ ପରେ ଗିରଫ କରାଯିବ ବୋଲି ନୟାଗଡ଼ SDPO ସୂଚନା ଦେଇଛନ୍ତି ।

Popular Articles