Advertisements
Thursday, July 9, 2020
Home Corona Lockdown ଇଟାଭାଟିକୁ ଯାଇଥିବା ମହିଳାଙ୍କ ମୃତ ଦେହ ଭିଟାମାଟିରେ ପହଂଚିଲା

ଇଟାଭାଟିକୁ ଯାଇଥିବା ମହିଳାଙ୍କ ମୃତ ଦେହ ଭିଟାମାଟିରେ ପହଂଚିଲା

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୨୫/୦୫): ପେଟପାଟଣା ପାଇଁ ଇଟାଭାଟି କାମକରିବାକୁ ଯାଇଥିବା ପ୍ରବାସୀ ମହିଳାଙ୍କ ମୃତ୍ୟୁ ଦେହ ଭିଟାମାଟିରେ ପହଂଚିଲା | ଏହିପରି ଅତି ଦୁଖଃଦ ଘଟଣା କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକରେ ଦେଖିବାକୁ ମିଳିଛି | ମୃତ ମହିଳା ଜଣକ ବୈପାରୀଗୁଡା ଥାନା ଅନ୍ତର୍ଗତ ଚିପକୁର ପଞ୍ଚାୟତର ଯୋଡ଼ାଆମ୍ବ ଗ୍ରାମର ଧନୁର୍ଯୟ ସାନ୍ତାଙ୍କ ସ୍ତ୍ରୀ ରାଧିକା ସାନ୍ତା ବୋଲି ଜଣାପଡିଛି |

ଗତ କଲି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ବେଳେ ଏହି ମହିଳାଙ୍କ ମୃତ ହୋଇଥିବା ଜଣାପଡିଛି l ଆଜି ଉକ୍ତ ମହିଳାଙ୍କ ପରିବାର ଲୋକେ ଶବ ସତ୍କାର କରିଥିବା ଦେଖିବାକୁ ମିଳିଛି | ସୂଚନାରୁ ପ୍ରକାଶ ଯେ, କିଛି ଦିନ ପୂର୍ବେ ରାଧିକା ନିଜ ବାପା ଲଦିଆ ଖରାଙ୍କ ସହ ଆନ୍ଦ୍ରପ୍ରଦେଶର ଗୁରୁମାପଲ୍ଲାର ଇଟାଭାଟିରେ କାମକରିବାକୁ ଯାଇଥିଲେ | ବର୍ତ୍ତମାନ ସରକାର ଲକଡାଉନରେ ଫସି ରହିଥିବା ପ୍ରବସୀଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ଛାଡିବା ବ୍ୟବସ୍ଥା କରିଥିବା ବେଳେ ଲଦିଆ ଖରା ନିଜ ଝିଅ (୧ବର୍ଷ )ସହ ଘର ବୈପାରୀଗୁଡା ଯୋଡ଼ାଆମ୍ବରକୁ ଟ୍ରେନରେ ଫେରୁଥିଲେ | ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଆସିଥିବା ଏହି ଟ୍ରେନରେ ରାଧିକାଙ୍କ ଅଚାନକ ମୃତ ହୋଇଥିଲା |

ବଲାଙ୍ଗୀରରେ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରାଯାଇଥିଲା | ପରେ ବଲାଙ୍ଗୀର ପ୍ରଶାସନ ପକ୍ଷରୁ ଗତ କଲି ମୃତ ଶରୀର ବୈପାରୀଗୁଡା ଯୋଡ଼ାଆମ୍ବକୁ ପହଞ୍ଚାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଆଜି ବୈପାରୀଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ରେଡ଼କ୍ରସ ପାଣ୍ଠିରୁ ଦଶହଜାର ଟଙ୍କା ସ୍ଥାନୀୟ ପିଇଓ ଦେଇଥିବା ବେଳେ ପଞ୍ଚାୟତ ପକ୍ଷରୁ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରିଛନ୍ତି | ଆଜି ପରିବାର ଲୋକେ ଶବ ସତ୍କାର କରିଛନ୍ତି |ଏହିପରି ଦୁଃଖଦ ଘଟଣାରେ ପରିବାର ସହ ଯୋଡ଼ାଆମ୍ବ ଗ୍ରାମରେ ଶୋକାକୁଳ ପରିବେଶ ହୋଇଯାଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: