Friday, March 29, 2024

Top 5 This Week

Related Posts

କଂଗ୍ରେସ ସମ୍ପାଦକ ଶ୍ରୀବିଜୟ ପଟ୍ଟନାୟକ ଙ୍କ ମୁନିଗୁଡ଼ା ବ୍ଲକ ଗସ୍ତ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡ଼ା, (୨୨/୬) : ମୁନିଗୁଡା ବ୍ଲକ କଂଗ୍ରେସ କମିଟି ର ସଭାପତି ଶ୍ରୀ ନିଳାମ୍ବର ବିଭାର ସମେତ ଶ୍ରୀ ଙ୍କ ନିମନ୍ତ୍ରଣ ରେ ପୂର୍ବତନ ଶାସନ ସଚିବ ତଥା କଂଗ୍ରେସ ସମ୍ପାଦକ ଶ୍ରୀ ବିଜୟ ପଟ୍ଟନାୟକ ମୁନିଗୁଡା କୁ ଆସି କଂଗ୍ରସ ଭବନ ରେ ସୌଜନ୍ୟ ମୂଳକ ସାକ୍ଷାତ ରେ କଂଗ୍ରେସ କର୍ମୀ ମାନଙ୍କ ସହିତ ସାକ୍ଷାତ କରିଥିଲେ ।

କଂଗ୍ରେସ ସମ୍ପାଦକ ଶ୍ରୀବିଜୟ ପଟ୍ଟନାୟକ ଙ୍କ ମୁନିଗୁଡ଼ା ବ୍ଲକ ଗସ୍ତ । କଂଗ୍ରେସ ରାଜ୍ୟ ଉପସଭାପତି ନକୁଲ ନାୟକ, ସତ୍ୟନାରାୟଣ ବେହେରା ମୁନିଗୁଡ଼ା ସରପଞ୍ଚ ସୁଶ୍ରୀ ସରସ୍ଵତୀ ଶବର, ନୀଳମାଧବ ହିକକା, ଚିତ୍ତରଞ୍ଜନ ମାଳିନୀ, ପ୍ରମିଳା ସିକକା ସରପଞ୍ଚ ଭୋଇରଗଡ, ସମିତି ସଭ୍ୟ ସୁଶ୍ରୀ ସୁମିତ୍ରା ମାଜି, ବାଳକୃଷ୍ଣ ପଟ୍ଟନାୟକ, ଶ୍ରୀ ଦିଲ୍ଲୀପ ପଟ୍ଟନାୟକ, ଚନ୍ଦ୍ର ଜିତ ଯାଦବ,ମାନସରଞ୍ଜନ ବେହେରା, ରମେଶ ପାଳକା, ଗୋରହରି ବଞ୍ଚର୍ (ଟେକର), ସମସ୍ତ ସଦସ୍ୟ ଉପସ୍ଥିତ ରହି ଥିଲେ। ଶ୍ରୀ ପଟ୍ଟନାୟକ ଗୁରୁ ମନ୍ତ୍ର ଦେଇଥିଲେ । ଆଗାମୀ ନିର୍ବାଚନରେ କିଭଳି କଂଗ୍ରେସ ବିଜୟ ଲାଭ କରି ଶାସନ ଭାର ସମ୍ଭାଳିବ ସେଥିପାଇଁ ଏକ ସାଧାରଣ ସଭା ର ଆୟୋଜନ ହେଇଥିଲା । ତେବେ ଆଗାମୀ ନିର୍ବାଚନ ବୈତରିଣୀ କିଏ ପାର ହୋଇ କିଏ ଗାଦୀ ଅକ୍ତିଆର କରିବ ସମୟ କହିବ ।

Popular Articles