Friday, March 29, 2024

Top 5 This Week

Related Posts

ବିଷ ଓଗାଳିଲେ ଦିିଦି, କହିଲେ ଅଘୋଷିତ ଭାବେ ବିଜେପି ସହ ରହିଛି ବିଜେଡି

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୨/୦୬) : ଦେଶର ଶାସକ ଦଳ ବିଜେପି ଏବଂ ଅଣ ବିଜେପି ଦଳ ତଥା ବିରୋଧୀଙ୍କ ସହ ସମ୍ପର୍କ କଥା ଉଠିଲେ ସମଦୂରତା ନୀତି ଆପଣାନ୍ତି ନବୀନ । ଯାହାକୁ ନେଇ ବିଷ ଓଗାଳିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ବିଷ ଓଗାଳିଲେ ଦିିଦି, କହିଲେ ଅଘୋଷିତ ଭାବେ ବିଜେପି ସହ ରହିଛି ବିଜେଡି । ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଅନୁପସ୍ଥିତ ରହିଥିଲେ ମଧ୍ୟ ଦଳର ସାଂସଦଙ୍କୁ ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ପଠାଇଥିଲେ । ୨୩ରେ ପାଟନାରେ ବିରୋଧୀଙ୍କ ରାଲି ଆୟୋଜନ ହେଉଛି । ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ବ୍ରାଏନ୍ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ, ସେ ବିଜେପି ସହ ଅଣଆନୁଷ୍ଠାନିକ ଭାବେ ଅଛନ୍ତି । ନବୀନ ପଟ୍ଟନାୟକ ଆରଏସଏସକୁ ଶାନ୍ତ କରିବା ପାଇଁ କାମ କରୁଛନ୍ତି ଏବଂ ମଣିପୁରର ବିଶ୍ୱାସଘାତକ ପରିସ୍ଥିତି କିମ୍ବା ସେଠାକାର ୨୫୦ଟି ଗୀର୍ଜା ପୋଡ଼ିବା ଘଟଣା ଉପରେ ସେ ମୁହଁ ଖୋଲିବେ ନାହିଁ ବୋଲି ମଧ୍ୟ ଓବ୍ରାଏନ୍ କହିଛନ୍ତି । ବିରୋଧୀ ଦଳର ବରିଷ୍ଠ ନେତାମାନେ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଗସ୍ତରେ ଆସି ଭେଟିଥିଲେ । ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ହେଉଛି ଦେଶର ପୂର୍ବାଞ୍ଚଳ ରାଜ୍ୟ ।

ଏହି ୪ ରାଜ୍ୟରେ ମୋଟ୍ ୧୧୭ ଲୋକସଭା ଆସନ ରହିଛି । ଯଦି ନବୀନ ବିରୋଧୀ ଶିବିରରେ ହାତ ମିଳାନ୍ତି ତାହେଲେ କେନ୍ଦ୍ରର ଶାସକ ଦଳ ବିଜେପି ବିରୋଧରେ ଗୋଟିଏ ବଡ ଆହ୍ୱାନ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ତେବେ ନବୀନ ପଟ୍ଟନାୟକ ବିରୋଧୀ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବେ ନାହିଁ ବୋଲି ସଙ୍କେତ ଦେଇ ସାରିଛନ୍ତି ବୋଲି ମଧ୍ୟ ପରେ ଟିଏମସିର ଏହି ସାଂସଦ କହିଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ବିରୋଧୀ ଦଳ ନେତାମାନେ ଜୁନ୍ ୨୩ରେ ପାଟନାରେ ବୈଠକ କରୁଛନ୍ତି । ସେମାନେ ନିଜ ନିଜ ଦଳର ମୁଖ୍ୟଙ୍କ ଉପସ୍ଥିତି, ସ୍ଥାନ ଓ ତାରିଖକୁ ନେଇ ସହମତି ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦେବେ କି ନାହିଁ ତାହା ଦେଖିବାକୁ ବାକି ରହିଲା । ଯଦି ସେ ଏପରି କରନ୍ତି, ତା’ହେଲେ ଏହା ବିରୋଧୀଙ୍କ ସହ ମିଶି କାମ କରିବାକୁ ଇଚ୍ଛୁକ ଥିବାର ସଙ୍କେତ ହେବ । ତେବେ ଯଦି ସେ ଯୋଗ ନ ଦିଅନ୍ତି ତେବେ ଏହା ତାଙ୍କ ବିକଳ୍ପ ଖୋଲା ରଖିବାର ସଙ୍କେତ ହେବ ।

Popular Articles