Advertisements
Thursday, July 9, 2020
Home Education & Literacy ମାଟ୍ରିକ୍‌ ଖାତା ଦେଖା ଆସନ୍ତା ୨୬ ତାରିଖରୁ ଆରମ୍ଭ

ମାଟ୍ରିକ୍‌ ଖାତା ଦେଖା ଆସନ୍ତା ୨୬ ତାରିଖରୁ ଆରମ୍ଭ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ
ଭୁବନେଶ୍ୱର(୨୫/୦୫): ମାଟ୍ରିକ୍‌ ଖାତା ଦେଖା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବେ । ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ୍) ସଭାପତିଙ୍କୁ ନିର୍ଦ୍ଦେଶ୍ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପରୀକ୍ଷା ମୂଲ୍ୟାୟନ ବନ୍ଦୋବସ୍ତ କରିବା ଲାଗି ବୋର୍ଡକୁ ଗଣଶିକ୍ଷା ବିଭାଗ ଅବଗତ କରାଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଇଥିବା ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ (ଏସ୍‌ଓପି)କୁ ଆଧାର କରି ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ଅନ୍ୟପକ୍ଷରେ ଖାତା ମୂଲ୍ୟାୟନ କାର୍ଯ୍ୟର ଅନୁଧ୍ୟାନ ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ ଓଆର୍‌ଏସ୍‌ ଅଫିସରଙ୍କୁ ନିୟୋଜିତ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

୧ମ ପର୍ଯ୍ୟାୟରେ ଇଂରାଜୀ, ଗଣିତ, ଭୂଗୋଳ ଓ ଇତିହାସ ପ୍ରଥମ ଦଫା ମୂଲ୍ୟାୟନ କାର୍ଯ୍ୟ ୨୫ରୁ ୩୦ ଦିନ ଯାଏ ଚାଲିବ । ୨ୟ ପର୍ଯ୍ୟାୟରେ ଓଡ଼ିଆ, ଫିଜିକାଲ୍‌ ସାଇନ୍ସ, ହିନ୍ଦୀ, ସଂସ୍କୃତ ଓ ଲାଇଫ୍‌ ସାଇନ୍ସ୍ ୨୫ରୁ ୩୦ ଦିନ ମଧ୍ୟରେ ଶେଷ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ପରୀକ୍ଷକଙ୍କ ମଧ୍ୟରୁ କେହି ଅସୁସ୍ଥ ଅନୁଭବ କଲେ ସେମାନଙ୍କୁ ଡାକ୍ତରଖାନାକୁ ନେବାର ବନ୍ଦୋବସ୍ତ କରିବା ସହ ଖାତା ଦେଖାରୁ ଅନ୍ତର କରାଯିବ ବୋଲି ନିର୍ଦ୍ଦେଶ ରହିଛି । ସୂଚନାଯୋଗ୍ୟ, ମାଟ୍ରିକ୍‌ ଖାତା ଦେଖା ରାଜ୍ୟରେ ୫୦ଟି କେନ୍ଦ୍ରରେ ହେବ । ସେହିପରି ସଂସ୍କୃତ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଓ ସ୍କ୍ରିପ୍ଟ୍ ଖାତା ଦେଖା ୧୦ କେନ୍ଦ୍ରରେ ଅନୁଷ୍ଠିତ ହେବ ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମେ ୨୦ରେ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା । ହେଲେ ‘ଅମ୍ପାନ୍’ ବାତ୍ୟା ପାଇଁ ଏହା ମେ ୨୧କୁ ଘୁଞ୍ଚାଇ ଦିଆ ଯାଇଥିଲା। ତେବେ କିଛି ଅଞ୍ଚଳ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ସ୍ଥଗିତ ରଖାଯାଇଥିଲା। ଶେଷରେ ମେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି । ୪୫ ଦିନ ଭିତରେ ଫଳାଫଳ ବାହାରିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଖାତାଦେଖା ହେବ। ସମସ୍ତ ପରୀକ୍ଷା ଖାତା ସୁରକ୍ଷିତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: