୨୬ ରେ ଆଡେଣୀଗଡ ପଞ୍ଚାୟତ ଓ ଆର୍ ଆଇ ଅଫିସ୍ ଘେରାଉ

0
73
୨୬

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୦୬) : ଚଳିତ ମାସ ୨୬ ତାରିଖରେ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ତିନି ଦଫା ଦାବି ନେଇ ହରଭଙ୍ଗା ବ୍ଲକ ର ଆଡେଣୀଗଡ ପଂଚାୟତ ଏବଂ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ।

୨୬ ରେ ଆଡେଣୀଗଡ ପଞ୍ଚାୟତ ଓ ଆର୍ ଆଇ ଅଫିସ୍ ଘେରାଉ । ସଙ୍ଗଠନର ଏକ ଗୁରୁତ୍ବପୂର୍ଣ୍ଣ ଚିନ୍ତନ ବୈଠକ ପଞ୍ଚାୟତ ସଭାପତି ରଞ୍ଜିତ ବେହେରା ଙ୍କ ଅଧ୍ୟକ୍ଷତା ରେ ଆଡେଣୀଗଡ ହାଇ ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରୋହିତ କହଁର ଏବଂ ଉପ ସଭାପତି ଦଶରଥ ବେହେରା ଯୋଗଦେଇ ଭାରତରତ୍ନ ଡ଼ଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ “ହକ୍ ପାଇଁ ଲଢେଇ” କରିବା ସକାଶେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ଆହ୍ବାନ ଦେଇଥିଲେ । ସଙ୍ଗଠନ ପକ୍ଷରୁ ଗତ ବର୍ଷ ହରଭଙ୍ଗା ତହସିଲରେ ଆବେଦନ କରିଥିବା ଭୂମି ହୀନ ଏବଂ ଡିହ ହୀନ ହିତାଧିକାରୀଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ, ଆଡେଣୀଗଡ ପଞ୍ଚାୟତ ର ୨୬୪ ଜଣ ଅନ୍ତଦ୍ୟୋୟ ଅନ୍ନପୂର୍ଣ୍ଣା ଯୋଜନା ହିତାଧିକାରୀ ଙ୍କ ମଧ୍ୟରୁ ପ୍ରାୟ ୧୬୦ ଜଣଙ୍କୁ ପଞ୍ଚାୟତ କର୍ତୃପକ୍ଷ ଜାଲିଆତି ଏବଂ ଚଂଚଳତା କରି ସାମିଲ୍ କରିଥିବା ଧନୀ ତଥା ମୁଷ୍ଟିମେୟ ଅଯୋଗ୍ୟ ଲୋକଙ୍କୁ ବାଦ୍ ଦେବା ଏଵଂ ପ୍ରାୟ ୪୦ ବର୍ଷ ଧରି ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଓ ଚଞ୍ଚକତା କରି ଅନୁସୂଚିତ ଜାତି ତାଲିକାରେ ସାମିଲ୍ ହେବା ସହିତ ଅସ୍ପୃଶ୍ୟ ନ ହୋଇ ସମସ୍ତ ସୁବିଧା ସୁଯୋଗ ହାସଲ କରିଆସୁଥିବା ନକଲି କେଉଟ, ଧୀବର, କୈବର୍ତ୍ତ (କେ ଡି କେ) ମାନଙ୍କୁ ତୁରନ୍ତ ହଟେଇବା ପ୍ରତିବାଦ ରେ ସାମାଜିକ ଅଧିକାର ଏଵଂ ସାମ୍ବିଧାନିକ ଅଧିକାର ସପକ୍ଷରେ ଜୋରଦାର ଆନ୍ଦୋଳନ ହେବ ବୋଲି ସଂଗଠନର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଦୃଢ଼ ଚେତାବନୀ ଦେଇଛନ୍ତି ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଡେଣୀଗଡ ପଂଚାୟତ ର ଉପ ସଭାପତି ସୋନିଆ ବେହେରା, ସମ୍ପାଦକ ଅଭୟ ବେହେରା, ସହକାରୀ ସଂପାଦକ ମୃତ୍ୟୁଞ୍ଜୟ ବେହେରା, କୋଷାଧ୍ୟକ୍ଷ ଚକ୍ରଧର ଦୀପ, ସଙ୍ଗଠନ ସମ୍ପାଦକ ସଚିନ୍ଦ୍ର ବେହେରା, ବ୍ଲକ ସଂଯୋଜକ କବିରାଜ ବେହେରା, ମୁଖ୍ୟ ଉପଦେଷ୍ଟା ଶେଷଦେବ ବେହେରା, ଉପଦେଷ୍ଟା ନିତ୍ୟାନନ୍ଦ ବେହେରା, ବରିଷ୍ଠ ସମାଜସେବୀ ପ୍ରହଲ୍ଲାଦ ଦୀପ, ବାଳକୃଷ୍ଣ ବେହେରା, ତୀର୍ଥ ବେହେରା, ପାରେଶ୍ୱର ବେହେରା, ସୁଶାନ୍ତ ବେହେରା , ଜଗବନ୍ଧୁ ନାଏକ, ଗଣେଶ ବେହେରା, ବିହାରୀ ବେହେରା, ଚିତ୍ତ ରଞ୍ଜନ ଦୀପ, ବିକ୍ରମ ବେହେରା, ଉତ୍ତମ ନାଏକ, କୃଷ୍ଣଚନ୍ଦ୍ର କହଁର, ସନ୍ତୋଷ ବେହେରା, ଧରଣୀ ବେହେରା, ସୁମିତ୍ରା କହଁର, ସତ୍ୟନାରାୟଣ ଦୀପ , ସୁଧୀର ବେହେରା, ପ୍ରଶାନ୍ତ ବେହେରା, ପ୍ରକାଶ ବେହେରା, ଶରତ ବେହେରା, ହରେକୃଷ୍ଣ ବେହେରା, ସୁବଳ ବେହେରା, ବିଦ୍ୟାଧର ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।