ପାତାଳି ଶ୍ରୀକ୍ଷେତ୍ର ରେ ରଥଯାତ୍ରା

0
117
ପାତାଳି ଶ୍ରୀକ୍ଷେତ୍ର ରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୧/୦୬) : ନୀତି ନିର୍ଘଣ୍ଟ ଅନୁଯାୟୀ ଗତକାଲି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 06 21 at 18.16.27 ପାତାଳି ଶ୍ରୀକ୍ଷେତ୍ର ରେ ରଥଯାତ୍ରା

ପ୍ରଥମେ ଧାଡ଼ି ପହଣ୍ଡି ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଛଳିଆ ପାହାଡ ରୁ ଆଣି ରଥାରୂଢ କରିବାପରେ ଛେରା ପହରା କରିଥିଲେ ଗ୍ରାମର ଗଡ଼ତ୍ୟା ଚମରା ଅମାତ ରାଜମଣୀ ସାହୁ, ମୈଥିଲି ପଣ୍ଡା ଭୂଷଣ ପାତ୍ର, ରାମକୃଷ୍ଣ ହୋତା, ନାରାୟଣ ଦେହୁରୀ, ଯୁଗଳ ମିଶ୍ର, କିଶୋର ହୋତା ପ୍ରମୁଖ ଙ୍କ ଦ୍ୱାରା ସଂପୂର୍ଣ୍ଣ ଧାରାବିବରଣୀ ପ୍ରଦାନ କରିଥିଲେ । ଏଠାକାର ରଥ ଟଣା ର ଏକ ବିଷେସତ୍ତ୍ୱ ଏୟାଯେ ଦେବୀ ସୁଭଦ୍ରା ଙ୍କ ରଥ ଏଠାରେ କେବଳ ମହିଳା ମାନେ ଟାଣିଥାନ୍ତି । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ସମାଗମରେ ସମଗ୍ର ପାତାଳି ଶ୍ରୀକ୍ଷେତ୍ର ରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

ରଥଯାତ୍ରା କୁ ଶୃଙ୍ଖଳିତ କରିବାପାଇଁ ଜନସାଧାରଣ, ରଥଯାତ୍ରା କମିଟି ଙ୍କସହ ପୋଲିସ ବାହିନୀ, ସ୍ୱାସ୍ଥ୍ୟ ସେବା, ଅଗ୍ନି ଶମ ସେବା, ପାନୀୟ ଜଳ ବିଭଗର କର୍ମଚାରୀ ଙ୍କ ସହ ଚନ୍ଦ୍ରିକା ଟ୍ରଷ୍ଟ ତରଫରୁ ଜଳ ସିଞ୍ଚନ, ପବନା ଶ୍ରମ, ହନୁମାନ ପାଲି, ଭକ୍ତିଚରଣ ମେଣ୍ଡିଲି ପରିବାର ଙ୍କ ଦ୍ୱାରା ପ୍ରସାଦ ଏବଂ ପାଣି, ସର୍ବତ ସେବା ଯୋଗାଇ ଦିଆଯାଇଥିବା ବେଳେ ଇଜିକାର ଏହି ଭବ୍ୟ ରଥଯାତ୍ରା ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡା ଏସଡିପିଓ ଡୋଳାମଣି ଭୋଇ ଉଲୁଣ୍ଡା ତହସିଲଦାର ପ୍ରମୁଖ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଭଜନ କୀର୍ତ୍ତନ ସହ ରଥ ଟଣାପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାଯାଇଥିଲା । ସଂଧ୍ୟାରେ ପାତାଳି ଶ୍ରୀକ୍ଷେତ୍ର ଭଜନ ସଂଧ୍ୟା କଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା l