Friday, March 29, 2024

Top 5 This Week

Related Posts

ବିଶ୍ୱ ଯୋଗ ଦିବସ ପାଳିତ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୨/୬) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାରସଦାଦର ଠାରେ ନିର୍ମିତ ରମ୍ଭାକଟା ଅମୃତସରୋବର ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ବିଶ୍ୱ ଯୋଗ ଦିବସ ପାଳନ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ବେଦମତୀ ମେଣ୍ଡିଲି ଯୋଗ ଦେଇଥିବା ବେଳେ, ଯୋଗ ପ୍ରଶିକ୍ଷକ ସତ୍ୟଜିତ ଗଡୁଆ ଯୋଗ କରିବା ଦ୍ୱାରା ଶରୀର ର ଉନ୍ନତି ତଥା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ବୋଲି ବୁଝାଇବା ସହ “କର ଯୋଗ ରୁହ ନିରୋଗ” ମନ୍ତ୍ର ନେଇ ପଦ୍ମାସନ ରୁ ଯୋଗ ଆରମ୍ଭ କରିଥିଲେ । ଅଞ୍ଚଳର ସମସ୍ତ ବର୍ଗର ପୁରୁଷ ଓ ମହିଳା ମାନଙ୍କୁ ନେଇ ଯୋଗ କାର୍ଯ୍ୟକ୍ରମ କରାଯାଇଥିଲା । ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମେଣ୍ଡିଲି, ନିର୍ବାହୀ ଅଧିକାରୀ ଶ୍ରବଣ କୁମାର କମ୍ପ, ଚନ୍ଦନ କୁମାର ପାଢ଼ୀ, ପୁଷ୍ପାଞ୍ଜଳି ବାରିକ, ସଂଗୀତା ପାତ୍ର, ଚିତ୍ରାବତୀ କର୍ମୀ ଙ୍କ ସମେତ ବହୁ ସଂଖ୍ୟାରେ ଯୋଗ କରିବା ପାଇଁ ଭାଗ ନେଇଥିଲେ ।

Popular Articles