Friday, March 29, 2024

Top 5 This Week

Related Posts

କୁମାରୀ ଦେଇ ଯାଇଥିବା ଜଗନ୍ନାଥ ସଡ଼କ ଉପରେ ପୋଲ ନିର୍ମାଣ ପାଇଁ ଲୋକଙ୍କ ଦାବି

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୮/୦୮) : ବୌଦ୍ଧ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ ଅବହେଳିତ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ହରଭଙ୍ଗା ଠାରୁ ଅତଲସରା ଭାୟା କୁମାରୀ ଦେଇ ଯାଇଥିବା ଜଗନ୍ନାଥ ସଡ଼କର ଆଜି ପର୍ଯ୍ୟନ୍ତ କିଛି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିନାହିଁ |

କୁମାରୀ ଦେଇ ଯାଇଥିବା ଜଗନ୍ନାଥ ସଡ଼କ ଏକ ମୁଖ୍ୟ ରାସ୍ତା ଅଟେ | ପଥଚାରି ଗମନା ଗମନ ପାଇଁ ନାହିଁ ନଥିବା ର ଅସୁବିଧା ଭୋଗୁଛନ୍ତି | ପ୍ରଶାସନ ତରଫରୁ ଏହାର କୋଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଆଗକୁ ଆନ୍ଦୋଳନର ରୂପ ନେବାକୁ ଗଲାଣି | ସେହିପରି କୁମାରୀ ଗାଁ ପାଖରେ ରାସ୍ତା ଉପରେ ଏକ ବଡ଼ ନାଳ ପଡେ ଏହି ନାଳ ଉପରେ ବ୍ରିଜ ନିର୍ମାଣ ପାଇଁ ବହୁଦିନ ଆଗରୁ ବହୁବାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା କିନ୍ତୁ କୋଣସି ପ୍ରଭାବ ପଡିନି ପ୍ରଶାସନ ଉପରେ | ବର୍ଷା ଦିନେ ଲୋକ ମାନେ ଡ଼ଙ୍ଗା ସାହାଯ୍ୟରେ ପାର ହୁଅନି ନାଳକୁ |

ବର୍ଷା ଦିନେ କୁମାରୀ, ତଳ ଗାଁ, ଅତଲସରା, ତୀରଡ଼ ଆଦି ଅଂଚଳ ଜଳ ବନ୍ଦୀ ହୋଇ ରହନ୍ତି | ଏଣୁ ପ୍ରଶାସନ ଖୁବ ଶୀଘ୍ର ଏହି ସେତୁ ନିର୍ମାଣ କରିବା ପାଇଁ କୁସଙ୍ଗ ପଂଚାୟତ ବାସି ଦାବି ରଖିଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles