Related Contents

ମାରୁତି ଭ୍ୟାନ ଧକ୍କାରେ କଲେଜ ଛାତ୍ରୀ ମୃତ -ବରଗଡ଼

ବରଗଡ଼ (ଚିତ୍ତ ରଞ୍ଜନ ସାହୁ): ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଭୁକ୍ତାଠାରେ ମାରୁତି ଭ୍ୟାନ ଧକ୍କାରେ ଜଣେ ଯୁକ୍ତ୩ ଦ୍ଵିତୀୟ ବର୍ଷ କଲେଜ ଛାତ୍ରୀ ଙ୍କ ମୃତ୍ୟୁ ହୋଇଛି |

ଆଜି ସକାଳୁ ଭୁକ୍ତା ନିକଟ ସଁ ଜମପାଲି ଗ୍ରାମର ଚନ୍ଦ୍ର ଶେଖର ନାୟକ ଙ୍କ ଝିଅ ଲିପି ନାୟକ ନିଜ ସାଇକେଲ ରେ ଭୁକ୍ତା ଡିଗ୍ରୀ କଲେଜ କୁ ପଢିବାକୁ ଆସୁଥିବା ବେଳେ ବଗ୍୧୩ବ୬୮୧୩ ନମ୍ବର ମାରୁତି ଭ୍ୟାନ ଧକ୍କା ଦେଇଥିଲା | ଫଳରେ ଛାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି | ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମାରୁତି ଭ୍ୟାନଟିକୁ ଜବତ କରିଛି |

Comments are closed.