Advertisements
Thursday, July 9, 2020
Home Business & Private ଗୃହରକ୍ଷୀ, ଗ୍ରାମରକ୍ଷୀ ପରେ ଉଠା ଦୋକାନୀଙ୍କୁ ସହାୟତା କଲେ ବିଶ୍ବରଂଜନ

ଗୃହରକ୍ଷୀ, ଗ୍ରାମରକ୍ଷୀ ପରେ ଉଠା ଦୋକାନୀଙ୍କୁ ସହାୟତା କଲେ ବିଶ୍ବରଂଜନ

ରିପୋର୍ଟ: ସତ୍ୟଜିତ ବାରିକ //
ଯାଜପୁର(୨୪/୦୫): ଯାଜପୁର ଜିଲ୍ଲା ବରୀ ବ୍ଲକରେ କରୋନା ମହାମାରୀ ସଂକ୍ରମଣ ସମୟରେ ଲକ ଡାଉନ ଯୋଗୁ ଆଜକୁ ପ୍ରାୟ ଦୁଇ ମାସ ହେଲା ବରୀ ବଜାରରେ ଉଠା ଦୋକାନ କରି ପରିବାର ପୋଷଣ କରୁଥିବା ସମସ୍ତ ଦୋକାନ ବନ୍ଦ ରହିବା ଫଳରେ ବରୀ ମାଉଣ୍ଡ ବଜାରରେ ଉଠା ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ୫୦ରୁ ଉର୍ଦ୍ଧ୍ୱ ପରିବାର ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି ।

ଏବେ ପୁଣି ସରକାରଙ୍କ ନିୟମ ବଦଳିବା ପରେ ଦିନରେ କିଛି ସମୟ ପାଇଁ ଦୋକାନ ଖୋଲିବାର ଅନୁମତି ମିଳିଥିଲେ ମଧ୍ୟ ବଜାରକୁ କମ ସଂଖ୍ୟକ ଗ୍ରାହକ ଆସୁଥିବାରୁ ବ୍ୟବସାୟ ମାନ୍ଦା ହେଉଥିବା ବେଳେ ଏହି ଅସହାୟ ସମୟରେ ଗରିବ ଉଠା ଦୋକାନୀ ମାନଙ୍କୁ ସହାୟତାର ହାତ ବଡାଇଛନ୍ତି ବରୀ ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ । ଆଜି ଅପରାହ୍ନରେ ବରୀ ମାଉଣ୍ଡ ସ୍ଥିତ ଶକ୍ତି ପୀଠ ଠାରେ ବରୀ ର ଉଠା ଦୋକାନୀ ମାନଙ୍କୁ ବିଶ୍ବରଂଜନ ମଲ୍ଲିକଙ୍କ ଉପସ୍ଥିତିରେ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ରମ୍ପା ସରପଞ୍ଚ ବିଜୟ କୁମାର ସାହାଣୀ, ରଂପା ସମିତି ସଭ୍ୟ ପ୍ରଣବ କୁମାର ଦାସ ପ୍ରମୁଖଙ୍କ ଉପସ୍ଥିତିରେ ୬୦ଜଣ ଦୋକାନୀଙ୍କୁ ଖାଦ୍ୟ ପୁଡିଆ ପ୍ରଦାନ କରିଥିଲେ । ଏହି ସମୟରେ ବିଶ୍ୱରଞ୍ଜନ ସମସ୍ତ ବ୍ୟବସାୟୀ ଭାଇମାନେ କରୋନା ପାଇଁ କଷ୍ଟ ପାଇଥିବାରୁ ଦୁଃଖ ପ୍ରକାଶ କରିବା ସହିତ ଭଗବାନଙ୍କ ଆଶିର୍ବାଦରୁ କରୋନା ଦୁରେଇ ଯାଉ ଓ ଆପଣମାନେ ଖୁସିରେ ରହୁନ୍ତୁ ବୋଲି କାମନା କରିବା ସହ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାରକୁ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ । ବିଶ୍ୱରଞ୍ଜନଙ୍କ ଏହି ମହାମାରୀ ସମୟରେ ସହାୟତାକୁ ବ୍ୟବସାୟୀ ମାନେ ଧନ୍ୟବାଦ ଦେଇଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: