Related Contents

ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ସ୍ୱାମୀ ର ଆତ୍ମହତ୍ୟା – ଚାରପାଲି,ବିଜେପୁର

ବରଗଡ଼ (ଚିତ୍ତ ରଞ୍ଜନ ସାହୁ): ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଚାରପାଲି ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା | ନିଜ ପତ୍ନୀ କୁ କଟୁରିରେ ହାଣି ହତ୍ୟା କରିବାପରେ ସ୍ୱାମୀର ରାଶି ଲଗାଇ ଆତ୍ମହତ୍ୟା |

ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଚାରପାଲି ଗ୍ରାମର ଚନ୍ଦ୍ର ଶେଖର ସାହୁଙ୍କ ପୁଅ ଭୁବନ ସାହୁ ଗାଇସିଲେଟ ଥାନା ଅନ୍ତର୍ଗତ ନିର୍ଜନ ସାହୁଙ୍କ ଝିଅ ସେବତୀ ସହ ୨୦୦୦ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ |ଗତ ରାତିରେ ଭୁବନ ତାଙ୍କ ସ୍ତ୍ରୀ ସେବତୀ କୁ କଟୁରିରେ ହାଣି ହତ୍ୟା କରିବା ପରେ ନିଜେ ଘରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି | ଭୁବନ ର ଗୋଟିଏ ପୁଅ ଓ ୩ଟି ଝିଅ ଅଛନ୍ତି | ଏହି ମାମଲା ରେ ବିଜେପୁର ପୋଲିସ ତଦନ୍ତ କରୁଛି | ଭୁବନ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ସେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟାଇ ନିଜେ ଆତ୍ମହତ୍ୟା କଲେ ସେ ନେଇ କିଛି ଜଣାପଡ଼ିନାହିଁ |

Comments are closed.