ଶ୍ରୀଜଗନ୍ନାଥ ମନ୍ଦିରରେ ଜୀଉଙ୍କ ଘୋଷଯାତ୍ରା ବା ରଥଯାତ୍ରା ଆଡମ୍ବରରେ ପାଳନ

0
204
ଶ୍ରୀଜଗନ୍ନାଥ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,(୨୦/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଜୀଉଙ୍କ ଘୋଷଯାତ୍ରା ବା ରଥଯାତ୍ରା ଆଡମ୍ବରରେ ପାଳନ କରାଯାଇଛି ।

ପାଗ ଅନୁକୁଳ ସତ୍ତ୍ୱେ ହଜାର ହଜାର ଭକ୍ତ ଆସି ଶ୍ରୀ ଜୀଉଙ୍କୁ ଦର୍ଶନକରିବା ଶହ ରଥଟାଣରେ ଭାଗ ନେଇ ଆନନ୍ଦ ଅନୁଭବ କରିଥିବା ଦେଖିବାକୁ ମିଳିଛ । ବର୍ତ୍ତମାନ ଶ୍ରୀଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଓ ପତିତପାବନ ଙ୍କ ଘୋଷଯାତ୍ରା ବିଧିବଦ୍ଧ ଭାବେ ମନ୍ଦିର ପରିଚାଳନା କମିଟି ଓ ତହସିଲଦାର ବା ଦେବତ୍ତୋର ବିଭାଗ ଦ୍ୱାରା ପରିଚାଳିତ ରେ ଅନୁଷ୍ଠିତ କରାଯାଉଛି । ଆଜି ସକାଳୁ ଶ୍ରୀ ଜୀଉଙ୍କ ମଙ୍ଗଳ ଆଳତୀ, ଅବକାଶ ସକାଳଧୂପ କରିବା ପରେ ଖେଚୁଡ଼ି ଭୋଗ ଲାଗି କରିବା ପରେ ସେବାୟତ ଓ ମନ୍ଦିର ପୂଜକ ମାନେ ଶ୍ରୀ ଜୀଉଙ୍କୁ ସୁସଜ୍ଜିତ କରିଥାନ୍ତି । ସକାଳ ୯ ଘଣ୍ଟା ସମୟରେ ପୁରହିତ ନରସିଂହ ତ୍ରିପାଠୀ ଙ୍କ ଦ୍ଵାରା ରଥ ପ୍ରତିଷ୍ଠା ୧୨ଟା ମଧ୍ୟରେ ମଙ୍ଗଳାରୋପଣ କରାଇବା ପରେ ଅପରାହ୍ନ ୨ଟା ରେ ଶ୍ରୀ ବଳଭଦ୍ର, ଶ୍ରୀଜଗନ୍ନାଥ, ମା ସୁଭଦ୍ରା ଓ ପତିତପାବନ ଙ୍କୁ ସେବାୟତ ମାନେ ଗୋଟି ପହଣ୍ଡି କରି ରଥାରୂଢ କରିଥିଲେ ।

ଭକ୍ତଙ୍କୁ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ଦେବାପରେ ୪ଟା ସମୟରେ ରଥଟଣା ଆରମ୍ଭ କରିଥିଲେ । ଦେବୋତ୍ତର ବିଭାଗର ସମସ୍ତ କର୍ମଚାରି ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏଥିରେ ସ୍ଥାନୀୟ ପୁଲିସ ସିଆର ପି ଏଫ ଇ୪ର୍ଥ ବଟାଲୀୟନର ଯବାନ ଉପସ୍ଥିତ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଟ୍ରାଫିକ ନିୟମ କରିଥିଲେ । ସନ୍ଧ୍ୟା ପରେ ଶ୍ରୀ ଜୀଉଙ୍କୁ ମାଉସୀ ମନ୍ଦିର ଭିତରେ ପ୍ରବେଶ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ନରସିଂହ ପାଢ଼ୀ କହିଛନ୍ତି ।