Advertisements
Thursday, July 9, 2020
Home 5 T programme ମୋ ସରକାର ର ପ୍ରଭାବ / ଶିବଙ୍କ ପରିବାରକୁ ମିଳିଲା ରାସନ କାର୍ଡ

ମୋ ସରକାର ର ପ୍ରଭାବ / ଶିବଙ୍କ ପରିବାରକୁ ମିଳିଲା ରାସନ କାର୍ଡ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୨୪ /୫): ରାଜ୍ୟସରକାର କୌଣସି ଭୋକିଲା ଯୋଜନାରୁ ବାଦ ନ ପଡନ୍ତୁ ସେଥିପାଇଁ ଓଡିଶା ସରକାର ୫ଟି କାର୍ଯ୍ୟକାରୀ କରିଛନ୍ତି ମୋ ସରକାର ଯାହାର ସୁଫଳ ପାଇଛନ୍ତି ବାଲିଗୁଡା ଏନଏସିରେ ବାସ କରୁଥିବା ଶିବ ପଟନାୟକଙ୍କ ପରିବାର | ଭୋକରେ ନ ରହିବା ପାଇଁ ସରକାର ଆଗୁଆ ତିନି ମାସର ରାସନ ଯୋଗାଇ ଦେଇଛନ୍ତି କିନ୍ତୁ କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା |

ବାଲିଗୁଡା ଏନ ଏ ସିର ୬ ନମ୍ବରରେ ରହୁଥିବା ଶିବ ପ୍ରସାଦ ପଟ୍ଟନାୟକଙ୍କ ପରିବାରଙ୍କ ରାସନ କାର୍ଡ ନ ଥିବାରୁ ରାସନ ପାଇବାରେ ବଞ୍ଚିତ ହୋଇ ରହିଥିଲେ | ଶିବପ୍ରସାଦ ବାଲିଗୁଡା ବଜ଼ାରରେ ଏକ ଛୋଟ ଘଣ୍ଟା ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି | ଲକଡାଉନରେ ଦୋକାନ ବନ୍ଦ ହୋଇଯିବା ପରେ ଦୁଇ ସନ୍ତାନ ଓ ସ୍ତ୍ରୀ କୁ ଦାନା ଯୋଗାଡ କରିବା ମୁସ୍କିଲ ହୋଇପଡିଥିଲା | ଏନେଇ ଶିବ ବହୁବାର ବାଲିଗୁଡା ବ୍ଲକ ପ୍ରଶାସନ ଏନ ଏ ସି ଅଧିକାରୀ ଓ ଉପଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି ରାସନ କାର୍ଡ ପାଇବାରେ ବଞ୍ଚିତ ହୋଇରହିଥିଲେ | ଶିବଙ୍କ ପରିବାର ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧହେବ ନୁଆସାହିରେ ଭଡ଼ାଘରେ ରହି ଆସୁଥିବା ବେଳେ ବହୁ ଅସୁବିଧା ଦେଇ ଗତିକରୁଥିଲେ | ଲକ ଡ଼ାଉନର ଅଵଧି ପରିବାର ପାଇଁ ଚିନ୍ତାର କାରଣ ସାଜିଥିବା ବେଳେ ଲକ ଡ଼ାଉନ ସମୟରେ ଏନଏସି ଅଧିକାରୀ ଯୋଗାଣ ଅଧିକାରୀଙ୍କୁ ଭେଟି ସମସ୍ୟା ସମ୍ୱନ୍ଧରେ ଅବଗତ କରିଥିଲେ | ତଥାପି କାର୍ଡଟିଏ ମିଳିନଥିଲା ତିନିବଖରା ପକ୍କାଘରେ ରହୁଥିବାରୁ ଯାଞ୍ଚବେଳେ ପଡିକାର୍ଡ କାଟିଦିଆଯାଇଛି ବୋଲି ଯୋଗାଣ ଅଧିକାରୀ କହିଥିଲେ |

ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉପଖଣ୍ଡ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲେ ଓ ଉପଜ଼ିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପୁନଃ ତଦନ୍ତ ନିର୍ଦେଶ ଦେଇଥିଲେ | ଯୋଗାଣ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ସମେତ ଏନଏସି କତ୍ତୃପକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ଭଡା ଘରେ ପହଂଚି ସରଜମିନ ତଦନ୍ତ କରିଥିଲେ ଓ ତଦନ୍ତ ପରେ ଶିବଙ୍କ ପରିବାରଙ୍କୁ ରାସନ କାର୍ଡ ମିଳିବା ଯୋଗ୍ୟତା ଥିବା ପ୍ରଶାସନ ଜାଣି ପାରିଥିଲା | ରାସନ କାର୍ଡ ପାଇବା ପରେ ଶିବଙ୍କ ପରିବାର ଖୁସିପ୍ରକଟ କରିଛନ୍ତି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଉପ ଜ଼ିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଗରିବଙ୍କ ଦୁଃଖ ବୁଝିପାରି ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ବ୍ୟବସ୍ଥା କରିଥିବାରୁ ପରିବାର ଲୋକ ସମେତ ନୂଆସାହି ବାସିନ୍ଦା ଓ ମିଳିତ ନାଗରିକ କମିଟି ଉପଜ଼ିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସାଧୁବାଦ ଜଣାଇଛନ୍ତି |

ଶିବଙ୍କ ପରିବାର ଦୁଃଖ ଦୁର୍ଦଶା ଗଣମାଧ୍ୟମ ଖବର ପ୍ରକାଶ କରିଥିଲା | ତଦନ୍ତକାରୀ ଅଫିସର ଯୋଗାଣ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଏନଏସି କତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶିବଙ୍କ ପରିବାର | ଜୁନ ପହିଲାରୁ ପରିବାର ବର୍ଗଙ୍କୁ ପିଡିଏସ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଯୋଗାଣ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରକାଶ କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: