Thursday, March 28, 2024

Top 5 This Week

Related Posts

୨୩ ରେ ଖୋଲିବ ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ 

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୬) : ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି କୁ ରଖି ସୁବର୍ଣ୍ଣପୁର ଜିଲ୍ଲାପାଳ ସବୁ ସରକାରୀ ଓ ଘରୋଇ ବିଦ୍ୟାଳୟ ଖୋଲିବା ନେଇ ନିର୍ଦ୍ଧେଶ ନାମା ଜାରିକରିଛନ୍ତି l ୨୩ ରେ ଖୋଲିବ ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ l

ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଆଜି (ପତ୍ର ସଂଖ୍ୟା ୬୬ ତା.୨୦/୦୬/୨୩) ରେ ବିଦ୍ୟାଳୟ ଖୋଲିବା ନେଇ କାର୍ଯ୍ୟ ସୂଚୀ ଉଲ୍ଲେଖ କରିଛନ୍ତି l ୨୩ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳ ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ ଅର୍ଥାତ ସକାଳୁଆ ହେବ l ଏହି ମଧ୍ୟରେ ସକାଳ ୮ ରୁ ୮.୩୦ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ଦିଆଯିବ l ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଗତକାଲି ଅର୍ଥାତ ୧୯ ତାରିଖ ରେ ସମସ୍ତ ବିଦ୍ୟାଳୟ ଖୋଲିବାର ଥିଲା l ମାତ୍ର ରାଜ୍ୟ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାର ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ l ପରେ ରାଜ୍ୟ ସରକାର ଜିଲ୍ଲାପାଳ ମାନେ ସମ୍ପୃକ୍ତ ଜିଲ୍ଲା ର ପରିସ୍ଥିତି ଦେଖି ପଦକ୍ଷେପ ନେବାକୁ କ୍ଷମତା ଦେଇଥିଲେ l ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିଦ୍ୟାଳୟ ଖୋଲିବା ନେଇ ଆଜି ନିର୍ଦ୍ଧେଶ ନାମା ଜାରି କରିଛନ୍ତି l

Popular Articles