Advertisements
Thursday, July 9, 2020
Home Corona Lockdown ଲକ ଡାଉନରେ ଫସି ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କଲେ ବନ୍ଧୁଗାଁ ପୋଲିସ

ଲକ ଡାଉନରେ ଫସି ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କଲେ ବନ୍ଧୁଗାଁ ପୋଲିସ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୨୪:୫:୨୦): କୋରାପୁଟ ଜିଲା ବନ୍ଧୁଗାଁ ଓ ନାରାୟଣ ପାଟଣା ଦୁଇ ବ୍ଲକର ଦୁଇ ପରିବାର ପିଲା ଛୁଆଙ୍କ ସହ ପରିବାର ପୋଷଣ ପାଇଁ କାମ କିଛି ନ ମିଳିବାରୁ ନିଜ ଗ୍ରାମର ଭିଟାମାଟି ଛାଡି ନିକଟସ୍ତ ରାଜ୍ୟ ଆନ୍ଦ୍ରକୁ କାମ କରିବା ପାଇଁ ଯାଇଥିଲେ |

ଗତ ଚାରିମାସ ହେଲାଣି ଏକ ଇଟାଭାଟିରେ କାମ କରି ପରିବାର ଚଳାଉଥିଲେ,ଵର୍ତମାନ ଲୋକଡାଉନ ୪.୦ ଚାଲିଥିବା ଯୋଗୁଁ ଇଟାଭାଟି ମାଲିକ କାମ ବନ୍ଦ ହୋଇଯିବାରୁ ମାଲିକ ଦୁଇ ପରିବାର ଲୋକଙ୍କୁ ବାହାର କରିଦେବା ସହ ଚାରିମାସର ମଜୁରୀ ଟଙ୍କା ନ ଦେଇ ଦୁଇ ପରିବାରଙ୍କୁ ଇଟାଭାଟିରୁ ବାହାର କରି ତଡିଦେଲା | ଯଦ୍ବାରାକି ଦୁଇପରିବାର କାହାକୁ ନିଜ ଦୁଃଖକୁ ନେଇ ଗୁହାରି କରିପାରିବେ ନାହିଁ କି ମାଲିକ ସହ ଯୁକ୍ତି ମଧ୍ୟ କରିବା ପାଇଁ ନିଜ ଠାରେ କ୍ଷମତା ନ ଥାଇ କାମ କରିଥିବା ଇଟାଭାଟିରୁ ଦୁଇପରିବାରର ମୁଖ୍ୟ ଲୋକଙ୍କ ସହ ଆଠଜଣ ପିଲାଙ୍କୁ ଧରି ନିଜ ଗାଁକୁ ଯିବା ପାଇଁ ବାହାରି ଆସିଲେ | ସେମାନେ ଚାଲିଚାଲି ଭୋକ ଉପାସରେ ପିଲା ଛୁଆଙ୍କୁ ନେଇ ଦୁଇଦିନ ଧରି ପାଣି ଓ କିଛି ବିସ୍କୁଟ କିଣିବା ପାଇଁ ହିଁ କିଛି ପିଇସା ଥିଲା ଓ ସେଥିରେ ପିଲାଙ୍କୁ କାଂଧରେ ବୋହି ଓ ହାତରେ ଦୁଇ ପିଲାଙ୍କୁ ଧରି ଚାଲିଚାଲି ବନ୍ଧୁଗାଁ ବ୍ଲକର ଆନ୍ଦ୍ର ସୀମାନ୍ତ ସିଡିବାଳସା ଫାଟକ ନିକଟରେ ପହଞ୍ଚି ଥିଲେ | ଆନ୍ଦ୍ର ସୀମାନ୍ତରେ ସ୍ୱାଗତ ସହ ପ୍ରତିଦିନ ବାହାରୁ ଫେରୁଥିବା ପ୍ରବାସି ଓଡ଼ିଆଙ୍କୁ ବନ୍ଧୁଗାଁ ପୁଲିସ ଓ ବ୍ଲକ ପ୍ରଶାସନ ସ୍ୱାଗତ କରିବା ସହ ସେମାନଙ୍କ ପାଈଁ ସମସ୍ତ ସୁବିଧା କରି ଗାଡି ଯୋଗେ ନିଜନିଜ ଗାଁକୁ ପଠାଯାଉଛି । ଆଜି ମଧ୍ୟ ଏଭଳି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ବନ୍ଧୁଗାଁ ବ୍ଲକର ଥାନା ଅଧିକାରୀ ଶ୍ରୀ ତୋପନ କୁମାର ନାହାକ ଦୁଇ ପରିବାରଙ୍କୁ କିଛି ସମୟ ଅସ୍ଥାୟୀ ସ୍ଥାନରେ ସାନ୍ତର ସହ ବସାଯାଇ ଦୁଇପରିବାରଙ୍କୁ ଭୋକକୁ ବଞ୍ଚାଇବା ପାଇଁ ରୁଟି, ବିସ୍କୁଟ, କଦଳୀ,ଓ ପାଣି ବୋଟୋଲ ଗୋଟିଏ ଲେଖାଏଁ ଦେଇଥିଲେ | ସେମାନେ କେଉଁ ଗ୍ରାମର, କେଉଁ ଜାଗାକୁ ଓ କାହିଁକି ଯାଇଥିଲେ ଓ କଣ କରିବା ପାଇଁ ଯାଇଥିଲେ ଓ କୁଆଡେ ଯିବ ବୋଲି ନାନା ପ୍ରଶ୍ନ ପଚାରିବାରୁ ଦୁଇ ପରିବାର ଲୋକ ନିଜ ଠିକଣା କହିଥିବାରୁ ପୋଲିସ ସେମାନଙ୍କୁ ମଧ୍ୟ ଗାଡିରେ ଯିବା ପାଇଁ ବ୍ୟବସ୍ଥା କରି ନିଜ ବ୍ଲକର ନିଜ ଗ୍ରାମକୁ ପଠାଇଥିବାର ଦେଖିବାକୁ ମିଳିଛି | ଲୋକେ କାବେରିବାଡ଼ି ପଞ୍ଚାୟତର ଜାଙ୍ଗଡି ବାଳସା ଗ୍ରାମର ପୁଆଲା ନନ୍ଦ ଓ ନାରାୟଣ ପାଟଣା ବ୍ଲକର ବର୍ଗୀ ପଞ୍ଚାୟତର ନାଡୀମି ଇଟିଗି ଗ୍ରାମର ମିନିଆକା ପୂର୍ଣ୍ଣଙ୍କ ପିଲାଛୁଆଙ୍କ ସହ ଦୁଇ ପରିବାର ଲୋକେ ଆନ୍ଦ୍ରର ବିଜୟନଗରମ ଜିଲାର ବଣ୍ଡପାଲି ଏକ ଇଟାଭାଟି ଠାରେ କାମ କରୁଥିଲେ । ଏହି ଦୁଇପରିବାରଙ୍କୁ ଖାଇବା ପାଇଁ ଦେଇ ଗାଡିଯୋଗେ ପଠାଯାଇଥିବାରୁ ବନ୍ଧୁଗାଁ ଅଞ୍ଚଳରେ ସାଧାରଣରେ ଲୋକେ ଖୁସିବ୍ୟକ୍ତ କରିଥିବାର ଦେଖିବାକୁ ମିଳିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: