Advertisements
Thursday, July 9, 2020
Home Children Issue ସରକାରୀ ଚିକିତ୍ସା ଅପେକ୍ଷାରେ ୬ବର୍ଷର ବାଳକ ଦେବ

ସରକାରୀ ଚିକିତ୍ସା ଅପେକ୍ଷାରେ ୬ବର୍ଷର ବାଳକ ଦେବ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୨୪.୦୫.୨୦): ପଦ୍ମପୁର ସ୍ଥିତ ହନୁମାନ ପଡ଼ା ୱାର୍ଡ ନମ୍ବର ୩ନିବାସୀ ପିତା ଗୋବର୍ଦ୍ଧନ ସେଠ ମା ଉପମା ସେଠଙ୍କ ୬ବର୍ଷର ଶିଶୁ ପୁତ୍ର ଦେଵ ସେଠ ଚିକିତ୍ସା ଅଭାବ ରୁ ମୃତ୍ୟୁ ସହ ସଂଘର୍ଷ କରୁଛି । ସ୍ଥାନୀୟ ପଦ୍ମପୁର ଚିକିତ୍ସାଳୟରେ ଚିକିତ୍ସା ହେବା ପରେ ଦେଵ କୁ ବୁର୍ଲା ପଠା ଯାଇଥିଲା ।

ବୁର୍ଲାରେ ବିଭିନ୍ନ ପରୀକ୍ଷା ହେବା ପରେ ବ୍ରେନ ଟ୍ୟୁମର ହୋଇଥିବାର ଜଣା ପଡିବା ପରେ କଟକ ବଡ ମେଡିକାଲ କୁ ପଠା ଯାଇଥିଲା। ଗୋଟିଏ ପଟେ ଓଡିଶା ସରକାର ଙ୍କ ତରଫରୁ ରୋଗୀଙ୍କ ସାହାଯ୍ୟ ପାଇଁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରାଯାଇଥିବା ବେଳେ ପ୍ରକାଶ ଥାଉ କି ଏହା ଏକ ଦୁର୍ଭାଗ୍ୟ ର ବିଷୟ ଯେ କଟକ ବଡ଼ ମେଡିକାଲ ର ଚିକିତ୍ସକ ମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କିମ୍ବା ଓ.ଏସ.ଟି.ଏଫ. ରୁ ଏହି ଗରିବ ଛୁଆ କୁ ଚିକିତ୍ସା ନ କରି ଘରୋଇ ଚିକିତ୍ସାଳୟ ର ବାଟ ଦେଖାଇବା କେତେ ଦୂର ଯୁକ୍ତି ସଙ୍ଗତ। ଏବେ ଏହି ୬ ବର୍ଷର ବାଳକ ସ୍ୱାସ୍ଥ୍ୟ ସେବା ରୁ ବଂଚିତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛି । ଗୋଟିଏ ପଟେ ଗରିବ ପରିବାର ର ଗୋବର୍ଦ୍ଦନ ଦିନ ମଜୁରୀ କରି ଚାଳ ଛପର ଘରେ ରହି ଘର ଚଳାଉଥିବା ବେଳେ ପୁତ୍ର ଦେବ ର ଚିକିତ୍ସା କିପରି କରାଇବେ ସେଥି ପାଇଁ ମାନସିକ ଯନ୍ତ୍ରଣା ରେ ଦିନ କାଟୁଛନ୍ତି।

ରହିବା ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଖଣ୍ଡେବି ନପାଇ ଦୁଃଖ କଷ୍ଟରେ ଚାଲୁଥିବା ଗୋବର୍ଦ୍ଧନ ଙ୍କ ପାଇଁ ସରକାରୀ ସାହାଯ୍ୟ ଏକ ମରୀଚିକା ସଦୃଶ୍ୟ ହୋଇଛି। ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟି ର ଏକ ପ୍ରତିନିଧି ଦଳ ନଗର ସଭାପତି ସୁନୀଲ ଅଗ୍ରୱାଲ, ବରଗଡ଼ ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାର, ବରିଷ୍ଠ ନେତା ଅଶୋକ ମିଶ୍ର ପ୍ରମୁଖ ଶ୍ରୀ ସେଠ ଙ୍କ ଘରକୁ ଯାଇ ଦେଵ ର ଚିକିତ୍ସା ବ୍ୟବସ୍ଥା ବିଷୟରେ ବୁଝା ବୁଝି କରି ଉଚିତ ସେବା ଯୋଗାଇବା ପାଇଁ ଆଶ୍ୱସନା ଦେଇଥିଲେ। ପୂର୍ବରୁ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଶ୍ରୀ ସେଠଙ୍କ ଘରକୁ ଯାଇ କିଛି ଆର୍ଥିକ ସହାୟତା କରିବା ସଙ୍ଗେ ସଙ୍ଗେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ଦେଵ ର ଚିକିତ୍ସା ପାଇଁ ବରଗଡ଼ ଜିଲ୍ଲାପାଳ ଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି। ଅପେକ୍ଷା ରହିଲା ରାଜ୍ୟ ସରକାର ମୃତ୍ୟୁ ସହ ସଂଘର୍ଷ କରୁଥିବା ଏହି ବାଳକର ସାହାଯ୍ୟ ପାଇଁ ଯଥା ଶିଘ୍ର ପଦକ୍ଷେପ ନେବାକୁ ଦାବି ହେଉଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: