Friday, March 29, 2024

Top 5 This Week

Related Posts

ବଡଭାଇ ଓ ଉଉଣୀଙ୍କ ସହ ବଡଦାଣ୍ଡକୁ ଓହ୍ଲାଇବେ ବଡଠାକୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୦/୦୬) : ଆଜି ପବିତ୍ର ରଥଯାତ୍ରା । ବଡଭାଇ ଓ ଉଉଣୀଙ୍କ ସହ ବଡଦାଣ୍ଡକୁ ଓହ୍ଲାଇଆସିବେ ବଡଠାକୁର । ଏଥିପାଇଁ ଚଳଚଂଚଳ ହୋଇଛି ପୁରୀ ।

ସମସ୍ତ ପ୍ରସ୍ତୁତି ଶେଷ । ବଡଭାଇ ଓ ଉଉଣୀଙ୍କ ସହ ବଡଦାଣ୍ଡକୁ ଓହ୍ଲାଇବେ ବଡଠାକୁର । ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରାଯାଇଛି । ‘ଭକ୍ତମାନେ ସେହି ସମୟକୁ ଅପେକ୍ଷା କରିଛନ୍ତି, ଯେଉଁ ସମୟରେ ଚତୁର୍ଦ୍ଧା ମୁରତି ଗୋଟି ପହଣ୍ଡିରେ ବଡ଼ଦାଣ୍ଡକୁ ଆସିବେ। ରଥ ଉପରେ ଚଢ଼ି ମାଉସୀଙ୍କ ଘରକୁ ଯିବେ । ଦୀର୍ଘ ସମୟ ପର୍ଯ୍ୟନ୍ତ ରଥରେ ରହି ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ।’ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଭକ୍ତମୟ ହୋଇ ଉଠିଛି । ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥଯାତ୍ରା । ଘୋଷଯାତ୍ରାକୁ ନଜରରେ ରଖି ବଡ଼ଦାଣ୍ତ ସୁସଜ୍ଜିତ ହୋଇ ଉଠିଛି । ବଡ଼ଦାଣ୍ତରେ ଭଳି କି ଭଳି ଚିତା ଓ ମୂର୍ଯ୍ୟ ଅଙ୍କା ଯାଇଛି । ୧୪ ଦିନ ଜ୍ୱରରେ ପଡ଼ି ମହାପ୍ରଭୁ ସୁସ୍ଥ ହେବା ପରେ ଆଜି ଶ୍ରଦ୍ଧାଳୁଙ୍କୁ ନବଯୌବନ ଦର୍ଶନ ଦେଇଛନ୍ତି ।

Popular Articles