ଦୁଇଦିନିଆ ଆର୍ଯ୍ୟ ପରିବାର ସମ୍ମିଳନୀ

0
88
ଦୁଇଦିନିଆ ଆର୍ଯ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୦୬) : ସହରର ପଟାଭାଡି ନିକଟସ୍ଥ ଦୟାନନ୍ଦ ପ୍ଲେ /ପବ୍ଲିକ୍ ସ୍କୁଲ ର ସତ୍ଵାଧିକାରୀ ଓ ସଞ୍ଚାଳକ ଶିବ ଭାଇ ଓ ତାଙ୍କର ସହ ଧର୍ମିଣୀ କେ .କୁମାରୀ ଙ୍କ ଯଜମାନତ୍ୱ ରେ ସୋନପୁର ଠାରେ ଦୁଇଦିନିଆ ଆର୍ଯ୍ୟ ପରିବାର ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ର ଆବାହକ ପଣ୍ଡିତ ଧନୁର୍ଦ୍ଧର ମହାପାତ୍ର, ପଣ୍ଡିତ ଲକ୍ଷ୍ମଣ ଶାସ୍ତ୍ରୀ, ପଣ୍ଡିତ କୃଷ୍ଣଦେବ ଶାସ୍ତ୍ରୀ, ଆର୍ଯ୍ୟ ସମାଜ ପଶ୍ଚିମ ସମ୍ପାଦକ ରାଜ କୁମାର ବରାଟ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବେଦ ଓ ଉପନିଷଦ, ଯଜ୍ଞ ର ପ୍ରଚାର ସହିତ ଛାତ୍ର ଛାତ୍ରୀ ଙ୍କ ଉପରେ ସଚେତନ ଆଣିବା ସକାଶେ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯାଇଥିବା ଜଣାପଡିଛି । ସୋନପୁର ର ସମସ୍ତ ଆର୍ଯ୍ୟ ପରିବାର ଙ୍କ ସମେତ ପ୍ଲେସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ବୃନ୍ଦ ଦୁଇଦିନିଆ ଆର୍ଯ୍ୟ ପରିବାର ସମ୍ମିଳନୀରେ ଯୋଗ ଦେଇଥିଲେ ।