ପ୍ରାକୃତିକ ବିପର୍ଯୟ ମୁକାବିଲା ନିମନ୍ତେ ମକ ଡ୍ରିଲ ପ୍ରଦର୍ଶନ

0
102
ପ୍ରାକୃତିକ ବିପର୍ଯୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୦୬) : ପ୍ରାକୃତିକ ବିପର୍ଯୟ ମୁକାବିଲା ନିମନ୍ତେ ବ୍ଲକ ସ୍ତରର ସମସ୍ତ ବିଭାଗୀୟ ଅଧିକାରୀ ଓ ସରପଞ୍ଚ ଏବଂ ସମିତି ସଭ୍ୟ ମାନଙ୍କ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକ ରେ ଆଶିଷ୍ଟେଣ୍ଡ ରିଲିଫ କମିସନର ରବି ନାରାୟଣ ବାରିକ ଅଧ୍ୟକ୍ଷତା କରିଥବା ବେଳେ ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ, ବ୍ଲକ ଅଧ୍ୟାକ୍ଷା ବାଲା ସାଇ ଆମ୍ମା, ବି ଡି ଓ କପିଳେଶ୍ୱର ତାଣ୍ଡି, ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଓ ଅତିରିକ୍ତ ତହସିଲଦାର କୁମୁନ୍ଦ ଚନ୍ଦ୍ର ଦଳ ବେହେରା ଆଲୋଚନା ରେ ଅଂଶ ଗ୍ରହଣ କରି କିପରି ତୃଣ ମୂଳ ସ୍ତରରୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯୟ କୁ ଆମେ କିପରି ମୁକାବିଲା କରିପାରିବା ଓ ସେଥିପାଇଁ ପ୍ରାଥମିକ ଭିତ୍ତି ଭୂମି ହେଉଛି ଆଶ୍ରୟ ସ୍ଥଳୀ ଏବଂ ଏଠାରେ ଆମେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ଯାହା ଦ୍ୱାରା କୌଣସି ଅସୁବିଧା ଉପୁଜିବ ନାହିଁ ।

ଏହି ବିପର୍ଯୟ ମୁକାବିଲା ନିମନ୍ତେ ଏକ ମକ ଡ୍ରିଲ ର ଆବଶ୍ୟକତା ଥିବାରୁ ବ୍ଲକରେ ଥିବା ତିନୋଟି ପଞ୍ଚାୟତ ଖଣ୍ଡାବା, ପର୍ତ୍ତଡା ଓ ଗରିବନ୍ଧାର ଲକ୍ଷ୍ମୀପୁର ଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ଶ୍ରୀ ବାରିକ ସ୍ଥିର କରିଥିଲେ । ସି ଏଚ ଲକ୍ଷ୍ମୀପୁର ଠାରେ ପାରଳାଖେମୁଣ୍ଡିରୁ ଅଗ୍ନିଶମ ବିଭାଗର ଏକ ଟିମ ଆସି ଉପସ୍ଥିତ ଥିବା ଅଙ୍ଗନବଡି କର୍ମୀ, ଆଶା କର୍ମୀ, ଏସ ଏଚ ଜି ମହିଳା ସଦସ୍ୟ, ଏମ ବି କେ ମାନଙ୍କ ସମ୍ମଖରେ ବିପର୍ଯ୍ୟ ମୁକାବିଲାର କୌଶଳ ମାନ ଦେଖାଇ ସେମାନଙ୍କୁ ମଧ୍ୟ ମକ ଡ୍ରିଲ ରେ ଅଂଶ ଗ୍ରହଣ କରିବାକୁ ଅଗ୍ନିଶମ ଅଧିକାରୀ ରାଜେନ୍ଦ୍ର କୁମାର ସ୍ୱାଇଁ ପ୍ରବାର୍ତ୍ତାଇ ଥିଲେ । କାଶୀନଗର ଅତିରିକ୍ତ ତହସିଲଦାର କୁମୁନ୍ଦ ଚନ୍ଦ୍ର ଦଳ ବେହେରା ଓ ସ୍ଥାନୀୟ ବି ଡି ଓ କପିଳେଶ୍ୱର ତାଣ୍ଡି ମଧ୍ୟ ଉପସ୍ଥିତ ଥିଲେ । କାଶୀନଗର ପି ଇ ଓ ସନ୍ତୋଷ କୁମାର ବାହାଦୁର ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଥିଲେ ।