Advertisements
Thursday, July 9, 2020
Home Corona Lockdown ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ସାଇକେଲରେ ଆସିଲେ ୧୨୦୦କିଲୋମିଟର ପ୍ରବାସୀ ଓଡ଼ିଆ

ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ସାଇକେଲରେ ଆସିଲେ ୧୨୦୦କିଲୋମିଟର ପ୍ରବାସୀ ଓଡ଼ିଆ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୨୪ /୫): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମୁସକିଲ ଗ୍ରାମରେ ଦେଖିବାକୁ ମିଳିଛି ୯ଜଣ ପ୍ରବାସୀ ଓଡ଼ିଆ ପଞ୍ଜିକରଣ ପରେ ବି ଗାଁକୁ ଫେରି ପାରୁ ନାହାନ୍ତି ଶ୍ରମିକ କିଛି ସୁବିଧା ନ କରିବାରୁ ସାଇକଲରେ ବାହାରିଲେ ନିଜ ଗ୍ରାମକୁ |

ସାରା ରାଜ୍ୟରେ ବିଶ୍ୱ ମହାମାରୀ କାୟାବିସ୍ତର କରି ଚାଲିଛି, ଲକ ଡାଉନ ଫଳରେ ଗାଡିମୋଟର ଟ୍ରେନ ଚଳାଚଳ ଵନ୍ଦ ରହିଛି କମ୍ପାନୀ ଵନ୍ଦ ରହିଛି | ପେଟ ର ଭୋକ ହେଉ ଅବା ଜନ୍ମମାଟିର ମୋହ ପ୍ରବସୀଙ୍କୁ ଗାଁକୁ ଫେରିବାକୁ ବାଧ୍ୟ କରୁଛି | ଓଡିଶାର ଗଞ୍ଜାମ ଜ଼ିଲ୍ଲା ଗୋପାଳପୁର ଅଞ୍ଚଳର ୯ଜଣ ଶ୍ରମିକ ଏକ ଘରୋଇ କମ୍ପାନୀ ଶ୍ରମିକ ଭାବେ କାମ କରୁଥିଲେ | କମ୍ପାନୀ ବନ୍ଦ ପରେ ସେମାନଙ୍କ ଚଲିବା ମୁସ୍କିଲ ହୋଇଗଲା | ପେଟର ଭୋକ ସହି ପାରିଲେନି ବାଧ୍ୟ ହୋଇ ମହାରାଷ୍ଟ୍ରର ନାଗପୁରରୁ ସାଇକେଲ ଯୋଗେ ଓଡିଶା ଫେରିବା ପାଇଁ ବାଧ୍ୟ ହେଲେ | ଧୁ ଧୁ ଖରାରେ ଦୀର୍ଘ ୧୨୦୦ କିଲୋମିଟର ଯାତ୍ରା ପରେ ବାଲିଗୁଡାରେ ପହଞ୍ଚିଥିଲେ |

ସରକାର ପ୍ରବାସୀ ନ ଚାଲିବା ପାଇଁ ଘୋଷଣା ଜାରି ସତ୍ୱେ ପ୍ରବାସୀ ରାସ୍ତାରେ ଚାଲୁଥିବା ଓ ସାଇକେଲରେ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି | ପରେ ବାଲିଗୁଡାର ସ୍ଥାନୀୟ ଲୋକେ ପ୍ରବାସୀଙ୍କ ପାଇଁ ଜଳପାନ, ବ୍ୟବସ୍ଥା କରିବା ସହ ବାଲିଗୁଡ଼ା ତହସିଲଦାରଙ୍କୁ ଗଞ୍ଜାମ ଯିବା ନିମନ୍ତେ ପାସର ବ୍ୟବସ୍ଥା କରିଥିଲେ ଓ ବାଲିଗୁଡ଼ାର ଷ୍ଟଡ଼ିଓ ମାଲିକ ଗୋପାଳ ପାତ୍ର ଓ ସାଙ୍ଗ ମାନେ ମିଶି ସେମାନଙ୍କୁ ଏକ ଗାଡ଼ି ଯୋଗେ ପଠାଇବା ସହ ଖାଇବାର ବ୍ୟବସ୍ଥା କରାଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: