ମୁଣ୍ଡାଳ ରାସ୍ତାରେ ଗୁଳିମାଡ଼, ଜଣେ ମୃତ

0
79
ମୁଣ୍ଡାଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୧୯/୦୬) : ଗୁଳିମାଡ଼ରେ ଯୁବ ଠିକାଦାରଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତା ରେ ଗୁଳିମାଡ଼ ।

ଏଥିରେ ଟାଙ୍ଗୀ ଥାନା ରାଧାମୋହନପୁର ଗାଁ’ର ରମେଶ ରାଉତ ଙ୍କ ମୃତ୍ୟୁ ହୋଇଛି । ଏକ ବାଇକ୍ ଯୋଗେ ରମେଶ ଙ୍କ ସମେତ ଆଉ ୨ ଜଣ ଯୁବକ ନିଜ ଘର କୁ ଫେରୁଥିବା ବେଳେ ମୁଣ୍ଡାଳ ରାସ୍ତା ଠାରେ ହଠାତ୍ ଆଉ ୨ ଜଣ ଯୁବକ ଏକ ବାଇକ୍‌ରେ ଆସି ରମେଶଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଗୁଳିମାଡ ପରେ ଦୃବୁର୍ତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣା ପରେ ଗାଁ’ରେ ଭୟଭୀତ ପରିବେଶ ଦେଖିବାକୁ ମିଳିଛି ।