ଜୁଲାଇ ୧ ରୁ ୧୫ ଯାଏଁ ଜିଲ୍ଲାବ୍ୟାପି ସେବା ଉତ୍ସବ

0
76
ଜୁଲାଇ ୧

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୧୯/୦୬) : ଆସନ୍ତା ଜୁଲାଇ ୧ ରୁ ଜୁଲାଇ ୧୫ ତାରିଖ ଯାଏଁ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେବ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ l

ଜୁଲାଇ ୧ ରୁ ୧୫ ଯାଏଁ ନୟାଗଡ଼ ଜିଲ୍ଲା ରେ ସେବା ଉତ୍ସବ ସମିତି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସହର ସ୍ଥିତ ହୋଟେଲ ନୀଳମାଧବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ସମସ୍ତ ୮ ଟି ବ୍ଲକରେ ଅଭାବ ଅନାଟନ ଭିତରେ ରହିଥିବା ଅସହାୟ ପରିବାରଙ୍କୁ ବସ୍ତ୍ର ବଣ୍ଟନ, ରାସନ ସାମଗ୍ରୀ ବଣ୍ଟନ, ଗରିବଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ ଆଦି କାର୍ଯ୍ୟକ୍ରମ ଜିଲ୍ଲାରେ ବ୍ୟାପକ ଭାବେ ଆୟୋଜନ ପାଇଁ ଲକ୍ଷ ରଖାଯାଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର, ଚଷମା ବଣ୍ଟନ, ଅଙ୍ଗଦାନ ଶିବିରର ଆୟୋଜନ କରାଯିବ l ସେହିଭଳି ଦିବ୍ୟାଙ୍ଗ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକରେ ଆୟୋଜନ କରାଯିବ ବୋଲି ସମିତି ଅଧକ୍ଷ ଶିବରାମ ମହାପାତ୍ର ସୂଚନା ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସେବା ଉତ୍ସବ ସମିତିର ଉପଦେଷ୍ଠା ସନ୍ତୋଷ କୁମାର ପ୍ରଧାନ, ସଦସ୍ୟ ପରମେଶ୍ୱର ସାହୁ, ଜ୍ୟୋତି ରଂଜନ ମହାପାତ୍ର, ଅମିତ କୁମାର, ଗୁଲସନ କୁମାର ଦାଶ, ରାଜଲକ୍ଷ୍ମୀ ମହାନ୍ତି ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ l