Advertisements
Thursday, July 9, 2020
Home Corona Breaking ବଲାଙ୍ଗୀରରେ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ, ବରଗଡ଼ରେ ଜଣେ ନୂଆ ଆକ୍ରାନ୍ତ

ବଲାଙ୍ଗୀରରେ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ, ବରଗଡ଼ରେ ଜଣେ ନୂଆ ଆକ୍ରାନ୍ତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ଭୁବନେଶ୍ୱର(୨୩/୦୫): ଆଜି ରାଜ୍ୟର ୪ ଜିଲ୍ଲାରେ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବଲାଙ୍ଗୀରରେ ୭, ସୁନ୍ଦରଗଡ଼ରେ ୪, ବରଗଡ଼ରେ ଜଣେ ଓ ଜଗତସିଂହପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗିର ଜିଲ୍ଲାରେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକର ୨ ଜଣ ଲେଖାଏ, ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଜଣେ ଲେଖାଏ ଅଛନ୍ତି। ଆକ୍ରାନ୍ତମାନେ ସମସ୍ତେ ପୁରୁଷ ଓ ସମସ୍ତେ ବାହାର ରାଜ୍ୟରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବଲାଙ୍ଗିର ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସେହିପରି ବରଗଡ଼ ଜିଲ୍ଲାକୁ ଛୁଇଁଲା କରୋନା। ବରଗଡ଼ ସହରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଜଣକ ହୋମ୍ କ୍ୱାରେଣ୍ଟିନ୍ରେ ଥିଲେ। ବରଗଡ଼ ଜିଲ୍ଲାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏଥିସହିତ ବଲାଙ୍ଗିର ଜିଲ୍ଲାରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବଲାଙ୍ଗିର ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସେହିପରି ଜଗତସିଂହପୁରରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ତିର୍ତୋଲରୁ ୫ଟି ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣକର ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: