Advertisements
Tuesday, July 14, 2020
Home Corona Lockdown ଲକ ଡାଉନ ବେଳେ ମାହାର ପରିବାରର ଜୀବିକା କ୍ଷତିଗ୍ରସ୍ତ : ସହାୟତା ପାଇଁ ରାଜ୍ୟ ସରକାରଙ୍କ...

ଲକ ଡାଉନ ବେଳେ ମାହାର ପରିବାରର ଜୀବିକା କ୍ଷତିଗ୍ରସ୍ତ : ସହାୟତା ପାଇଁ ରାଜ୍ୟ ସରକାରଙ୍କ ଠାରେ ଗୁହାରି

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୨୩ / ୫): ପଦ୍ମପୁର ଅଞ୍ଚଳରେ ବାଉଁଶ ଦ୍ବାରା ଭୂଗା,ଟୁପା,କୁଲା,ଭୁଗୁଳି,ଡଲା,ତାଟିଆ,ଧୁକୁନା,ଚାଳ ବାଡା ନିର୍ମାଣ କରି ଚଳୁଥିବା ପାଖାପାଖି ୧ ହଜାର ପରିବାର ଲକ୍ ଡାଉନ ଚାଲିଥିବାରୁ ୨ ମାସ ହେବ ନିଜର ଜୀବିକା ହରାଇ ବସିଛନ୍ତି । ବାହାଘର,ବ୍ରତ,ମନ୍ଦିର ପୂଜା ବିଧି କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ଥିବାରୁ ବାଉଁଶ ତିଆରି ସାମଗ୍ରୀ ର ଆଉ ଆବଶ୍ୟକତା ରହି ନାହିଁ ।

ବାଉଁଶ ରେ ଏଭଲି ସାମଗ୍ରୀ ତିଆରି କରୁଥିବା ମାହାର ଜାତିର ପଦ୍ମପୁର ଅଞ୍ଚଳ ବ୍ରାହ୍ମଣିଡିହି, ତେଳମହୁଲ, କଟାପାଲି, ଗୁନଚାଡିହି, ଡେଙ୍ଗନାଡିହି, ମାଗୁରମାଲ, ସଲେପାଲି ଏଭଲି ପ୍ରାୟ ୧୫ ଟି ଗ୍ରାମର ପାଖାପାଖି ୨ ହଜାର ପରିବାର ସେମାନଙ୍କ ଜୀବିକା ହରାଇଛନ୍ତି । ଆଜି ପାଖାପାଖି ୪୦ ରୁ ଉର୍ଦ୍ଧ୍ବ ମହିଳା,ପୁରୁଷ ସେମାନଙ୍କ ଦ୍ବାରା ନିର୍ମିତ ଭୁଗା,ଟୁପା,କୁଲା ଆଦି ସାମଗ୍ରୀ ଧରି ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଏହି ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ଠାରେ ଗୁହାରି କରିଥିଲେ ।

ଏହି ସମାଜର ଅଧିକାଂଶ ଅତି ଗରିବ ଓ ଦାରିଦ୍ର ସୀମା ରେଖା ତଳେ ରହିଛନ୍ତି । ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେବାବେଲେ ଶ୍ରୀମତୀ ଦେବକି କୁମରିଆ,ଲକ୍ଷ୍ମୀ ତୁମଳିଆ,ସରୋଜିନୀ ଲଳିତା ଢଳମିଆ,ଡାଲିମ ନାଏକ,ତ୍ରିବେଣୀ ତୁମଳିଆ,ମିରା ତମଳିଆ,ସନ୍ଧ୍ୟା ବାହିକ ଓ ଶ୍ରୀ ହେମନ୍ତ କୁମାରିଆ,ଅଲେଖ କୁମରିଆ,ଘନଶ୍ଯାମ ତମଳିଆ ସମେତ ବହୁ ମହିଳା, ପୁରୁଷ ଉପସ୍ଥିତ ଥିଲେ । ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଦାବି ପତ୍ର ଗ୍ରହଣ କରି ଦାବି ଯଥାର୍ଥ ଓ ସରକାରଙ୍କୁ ଏ ବିଷୟରେ ଅବଗତ କରାଇବେ ବୋଲି କହିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ମାହାର ସମାଜର ପ୍ରତ୍ଯେକ ପରିବାର କୁ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ଦାବି ଉଠାଇଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: