Friday, March 29, 2024

Top 5 This Week

Related Posts

ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଦୁଇ ମହିଳାଙ୍କୁ ହତ୍ୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୧୮/୦୬) : ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଦୁଇ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ ।

ପ୍ରାପ୍ତ ଖବର ଅନୁଯାୟୀ ଆଜି ସକାଳ ସମୟରେ ବଳରାମପୁର ନ୍ୟାସନାଲ ସ୍କୁଲ ନିକଟ ରେ ଚିଣ୍ଟୁ ନାଥ ନାମକ ଜଣେ ଯୁବକ ସେହି ଗ୍ରାମ ର ଦୁଇ ଜଣ ମହିଳାକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତି ନିର୍ମମ ଭାବେ ହତ୍ୟା କରିଛି । ଏହି ଅଭାବନୀୟ ଘଟଣା ସମୟରେ ଦୁଇ ମହିଳା ଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତ କୁ କାବୁକରି ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରି ହତ୍ୟା ର କାରଣ ଖୋଜିବା ପାଇଁ ଅଧିକ ତଦନ୍ତ ଚଳାଇଛି । ଅପରପକ୍ଷରେ ହତ୍ୟା ପରେ ଦୁଇଜଣ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଉକ୍ତ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Popular Articles