Advertisements
Monday, June 1, 2020
Home Corona Lockdown ଗ୍ରୀନ ଜୋନରେ ହେଲା ପ୍ରଥମ କରୋନା ଚିହ୍ନଟ, ନବରଙ୍ଗପୁର

ଗ୍ରୀନ ଜୋନରେ ହେଲା ପ୍ରଥମ କରୋନା ଚିହ୍ନଟ, ନବରଙ୍ଗପୁର

ରିପୋର୍ଟ-ଯୁବରାଜ ଜଗତ //
ଚନ୍ଦାହାଣ୍ଡି (ମେ୨୩/୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବନ୍ଧକୋନା ଅସ୍ଥାୟୀ ଚିକିତ୍ସାଳୟରେ ରହୁଥିବା ପ୍ରବାସୀଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ପ୍ରଥମ କରୋନା ଚିହ୍ନଟ ହୋଇଛି ।ନବରଙ୍ଗପୁର ଜିଲ୍ଲାପାଳ ଙ୍କ ପ୍ରେସବିଜ୍ଞପ୍ତି ଅନୁଯାୟୀ ଚିହ୍ନଟ ବ୍ୟକ୍ତି ଜଣକ ଆନ୍ଦ୍ରପ୍ରଦେଶର ବିଜୟୱାଡାରେ କାର୍ଯ୍ୟକରୁଥିଲେ ।

ସେଠାରୁ ସରକାରଙ୍କ ସହାୟତାରେ ବସ ଯୋଗେ ଚନ୍ଦାହାଣ୍ଡି ବ୍ଲକ ବନ୍ଧକୋନା ସଂଘରୋଧ ଗୃହରେ ମେ ୧୪ ତାରିଖରୁ ଆସି ରହୁଥିଲେ । ଗତ ୨୦ ତାରିଖ ଦିନ ବନ୍ଧକୋନାରେ ରହୁଥିବା ୬୫ ଜଣ ପ୍ରବାସୀ ଏବଂ ୫ ଜଣ ଦାୟିତ୍ୱ ରେ ଥିବା କର୍ମଚାରୀ ମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିଲା । ୭୦ ଜଣଙ୍କ ମଧ୍ୟରୁ ଜଣଙ୍କ ରିପୋଟ ପୋଜିଟିଭ ଆସିଥିବା ବେଳେ ସମସ୍ତ ରିପୋଟ ନେଗେଟିଭ ଆସିଥିଲା ।ପୋଜିଟିଭ ଜଣକ ଡାବୁଗାଁ ବ୍ଲକର ମେଦନା ଗ୍ରାମର ୨୦ ବର୍ଷ ବୟସ୍କ ଜଣେ ଯୁବକ ବୋଲି ଜଣାପଡିଛି । ଚିହ୍ନଟ ପରେ ସମ୍ପୃକ୍ତ ବ୍ୟକ୍ତି ଜଣକୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି ତତ ସହିତ ରୋଗୀ ସଂପର୍ସରେ ଆସିଥିବା ସମସ୍ତ ପ୍ରବାସୀଙ୍କ ପୁଣିଥରେ ସ୍ୱାବ ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଥିବା ଜଣାପଡିଛି ।

ବର୍ତ୍ତମାନ ବନ୍ଧକୋନା ଗାଁକୁ ଜିଲ୍ଲା ପ୍ରଶାସନ ତରଫରୁ ମେ ୨୩ ଦିନ ୧୦ ଟା ଠାରୁ ମେ ୩୦ ମଧ୍ୟ ରାତ୍ରି ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଯୋନ( ନିସିଧାଞ୍ଚଳ ) ଭାବେ ଘୋଷଣା କରିଛନ୍ତି । ପୋଲିସ ପ୍ରଶାସନ ତରଫରୁ କଡା ପ୍ରହରା ଦିଆଯାଉଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି । କୌଣସି ବକ୍ତିକୁ ଗାଁରେ ପ୍ରବେଶ କିମ୍ବା ଗାଁରୁ ବାହାରକୁ ନ ଛାଡିବା ପାଇଁ କଡାକଡି ନିୟମ କରାଯାଇଛି । କରୋନା ଚିହ୍ନଟ ହେବା ପରେ ଜନସାଧାରଣ ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଭୟଭୀତ ନହୋଇ ସଚେତନ ରହିବାକୁ ବ୍ଲକ ପ୍ରଶାସନ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: