Friday, March 29, 2024

Top 5 This Week

Related Posts

ଜଙ୍ଗଲ ରୁ ଗୁଳିବିଦ୍ଧ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର, ଦୁଇ ଫୁଟର ଦାନ୍ତ ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୧୮/୦୬) : ଜିଲିଣ୍ଡା ସାତକୋଶିଆ ଜଙ୍ଗଲ ରୁ ଗୁଳିବିଦ୍ଧ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର । ହାତୀର ଡାହାଣ କାନ ପାଖେ ବାଜିଛି ଗୁଳି ।

ଅନୁଗୁଳ ବନଖଣ୍ଡ ଜିଲିଣ୍ଡା ରେଞ୍ଜ ଅଧିନ ସାତକୋଶିଆଜଙ୍ଗଲ କଟରଙ୍ଗ ସେକ୍ସନ ଭିଲେଜ ଏରିଆର ବାଙ୍କଧର ବିଟ ଅଞ୍ଚଳ ରୁ ଉଦ୍ଧାର ହୋଇଛି ମୃତଦେହ । ଶୁକ୍ରବାର ଦିନ କିଛି ଲୋକ କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଜଙ୍ଗଲ ରୁ ଗୁଳିବିଦ୍ଧ ଦନ୍ତା ହାତୀର ମୃତ ହାତୀ ଠାବ ହୋଇଥିଲା । ତେବେ ୧୦ ଦିନ ତଳେ ଗୁଳି ବିଦ୍ଧ ହୋଇ ହାତୀ ର ମୃତ୍ୟୁ ହୋଇଥିଲା । କଡା ପ୍ରାଟୋଲିଂ ଅଭାବରୁ ବନ ବିଭାଗ ପାଖରେ ଖବର ନଥିଲା । ମୃତ ଦେହ ପଚି ଦୂର୍ଗନ୍ଧ ହେବାରୁ ପଦାକୁ ଆସିଛି ଘଟଣା । ଘଟଣା ସ୍ଥଳରୁ ହାତୀର ମୃତଦେହ ସହ ଦୁଇ ଫୁଟର ଦାନ୍ତ ଉଦ୍ଧାର ହୋଇଛି । ଏହାସହ ବନବିଭାଗ ଅଧିକ ତଦନ୍ତ ଜାରି ରଖିଛି ।

Popular Articles