ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଦୁଇ ମୃତ, ଦୁଇ ଗୁରୁତର

0
70
ଦୁଇ ବାଇକ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୮/୦୬) : ଗୋପ ବ୍ଳକ ବନାଖଣ୍ଡି ଛକରେ ବିଳମ୍ବିତ ରାତିରେ ସଡକ ଦୁର୍ଘଟଣା। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଘଟଣା ସ୍ଥଳରେ ଦୁଇ ମୃତ ଦୁଇ ଗୁରୁତର ।

ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଗୋପ -କୋଣାର୍କ ରାସ୍ତା ର ବନାଖଣ୍ତି ନିକଟ ରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଦୁଇ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଥିବା ଜଣା ପଡିଛି । ପ୍ରଥମେ ଦୁଇ ବାଇକରେ ବ୍ୟକ୍ତି ଙ୍କୁ ଗୋପ ମେଡିକାଲ ନେବା ପରେ ସେଠାରେ ଡକ୍ଟର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଦୁଇ ଜଣ ଗୁରୁତର ଥିବା ସୂଚନା । ମୃତ ବ୍ୟକ୍ତି ହେଉଛନ୍ତି କୋଣାର୍କ ମାଉସୀ ମା ସାହି ର ବିଜୟ କୁମାର ବେହେରା (୨୯) ଓ କୋଣାର୍କ ନଳକଣ ଗ୍ରାମ ର କୈଳାସ ଦାସ (୩୨) ବୋଲି ଜଣାପଡିଛି ।