ଦୁଇମାସ ଧରି ସମୁଦ୍ରରେ ମାଛଧରା ଉପରେ ଲାଗିଥିଲା କଟକଣା

0
80
ଦୁଇମାସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୦୬) : ମାଛବଂଶ ବୃଦ୍ଧି ପାଇଁ ଦୁଇମାସ ଧରି ସମୁଦ୍ରରେ ମାଛଧରା ଉପରେ ଲାଗିଥିବା କଟକଣା କୋହଳ ହୋଇଛି ।

ଏପ୍ରିଲ ୧୫ ତାରିଖ ଠାରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଦୁଇମାସ ଧରି ସମୁଦ୍ରରେ ମାଛଧରା ଉପରେ ଲାଗିଥିଲା କଟକଣା । ପାରାଦୀପ ମାଛଧରା ବନ୍ଦର ଜନଶୂନ୍ୟ ହୋଇ ପଡ଼ିଥିଲା l ଭାରତ ବର୍ଷର ବିଭିନ୍ନ ସ୍ଥାନକୁ ପାରାଦୀପ ମାଛଧରା ବନ୍ଦରରୁ ବିଭିନ୍ନ ପ୍ରଜାତିର ମୂଲ୍ୟବାନ ମାଛ ରପ୍ତାନି କରାଯାଇଥାଏ l ଏପ୍ରିଲ ୧୫ ଠାରୁ ମାଛ ବଂଶ ବୃଦ୍ଧି ପାଇଁ ସମୁଦ୍ରରେ ମାଛଧରା ଉପରେ ୨ ମାସ ପାଇଁ ଲାଗିଥିଲା କଟକଣା । ଏବେ ସମସ୍ତ ପ୍ରକାର କଟକଣା କୋହଳ ହେବା ପରେ ପାଖା ପାଖି ୬୦୦ ରୁ ଅଧିକ ବୋଟ ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ଯାଇଥିବା ଓଡିଶା ସାମୁଦ୍ରିକ ମର୍ତ୍ସ୍ୟ ଉତ୍ପାଦକ ସଂଘ ସଭାପତି କହିଛନ୍ତି ।