ରାଜ୍ୟରେ ବଢିଚାଲିଛି ଗୋ-ଚାଲାଣ

0
94
ରାଜ୍ୟରେ ବଢିଚାଲିଛି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୧୮/୦୬) : ରାଜ୍ୟରେ ବଢିଚାଲିଛି ଗୋ-ଚାଲାଣ । ପଟ୍ଟାମୁଣ୍ଡାଇ ପୋହଳ ଛକରୁ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ପାଞ୍ଚ ଗୋରୁ ସହ ପିକଅପ ଭ୍ୟାନକୁ ଜବତ କଲା ପୋଲିସ ।

ରାଜ୍ୟରେ ବଢିଚାଲିଛି ଗୋ-ଚାଲାଣ । ଦଲାଲ ମାନେ ସରକାରଙ୍କର ନିତିନିୟମକୁ ବେଖାତିର କରି ପ୍ରତି ଦିନ ଶହଶହ ସଂଖ୍ୟାରେ ଗୋରୁ ଚାଲାଣ କରିଚାଲିଛନ୍ତି । ଆଜି ପଟ୍ଟାମୁଣ୍ଡାଇ ପୋହଳ ଛକ ପାଖରୁ ଏକ ଗୋରୁ ବୋଝେଇ ଗାଡି ଯାଉଥିବାର ଦେଖି ସ୍ଥାନୀୟ ଲୋକମାନେ ଗାଡି ଅଟକାଇ ପଟ୍ଟାମୁଣ୍ଡାଇ ପୋଲିସକୁ ଖବର ଦେଇଥିଲେ ପୋଲିସ ସେଠାରେ ପହଞ୍ଚି ଓଆର 05BB 0343 ନମ୍ବର ଥିବା ଏକ ପିକଅପ ଭ୍ୟାନରେ ଥିବା ପାଞ୍ଚଟି ଗୋରୁଙ୍କୁ ଉଦ୍ଧାର କରିଥିଲେ । ଏଥିସହିତ ପିକଅପ ଭ୍ୟାନ କୁ ପଟ୍ଟାମୁଣ୍ଡାଇ ଥାନାକୁ ଆଣିଥିଲେ । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ପୋଲିସ ନିଜ ତରଫରୁ ଏକ ଏଫଆଇଆର ଦାୟର କରି ଘଟଣାର ତଦନ୍ତ କରୁଛନ୍ତି ବୋଲି ଜଣାପଡିଛି ।